ଗଲୱାନ ଘାଟିର ହିଂସାତ୍ମକ ସଂଘର୍ଷକୁ ନେଇ ପାଟି ଖୋଲିଲା ଚୀନ, ପ୍ରକାଶ କଲା ନିଜ ମୃତ ସୈନିକଙ୍କ ସଠିକ ତଥ୍ୟ

ପୂର୍ବ ଲଦାଖର ଗଲୱାନ ଘାଟିରେ ଜୁନ ୧୫ରେ ହୋଇଥିବା ହିଂସାତ୍ମକ କାଣ୍ଡରେ ମୃତ୍ୟୁବରଣ କରିଥିବା ଚୀନର ସୈନିକ ମାନଙ୍କ ସଂଖ୍ୟାର ସଠିକ ବିବରଣୀ ବର୍ତ୍ତମାନ ସାମନାକୁ ଆସୁଛି । ଚିନ ଏବଂ ଭାରତ ମଧ୍ୟରେ ହୋଇଥିବା ଏକ ବୈଠକରେ ପ୍ରଥମ ଥର ପାଇଁ ଗଲୱାନ ଘାଟିରେ ହୋଇଥିବା ସୈନିକଙ୍କ ମୃତ୍ୟୁ ବିଷୟରେ ଚୀନ କହିଛି । ପ୍ରଥମେ କେବଳ ଏକ ସୈନିକର ମୃତ୍ୟୁ ହୋଇଥିବାର ଖବର ଦେଇଥିବା ବେଳେ ବର୍ତ୍ତମାନ ସେଥିରେ ଜଣେ କମାଣ୍ଡିଙ୍ଗ ଅଫିସର ମଧ୍ୟ ସାମିଲ ଥିଲେ ବୋଲି ଚୀନ ସୂଚନା ଦେଇଛି । ତେବେ ସେହି ଭୟଙ୍କର ସଂଘର୍ଷରେ ଭାରତର ୨୦ ଜଣ ସୈନିକ ସହିଦ ହୋଇଥିଲେ ।ବର୍ତ୍ତମାନ ଚୀନ ନିଜର ୫ ଜଣ ସୈନିକଙ୍କ ମୃତ୍ୟୁ ବିଷୟରେ କହିଥିବା ବେଳେ ପ୍ରକୃତରେ ପାଖାପାଖି ୪୦ ଜଣ ଚୀନି ସୈନିକଙ୍କ ସେହି ହିଂସାକାଣ୍ଡରେ ମୃତ୍ୟୁ ହୋଇଥିବାର ଆମେରିକା ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ସୂଚନା ଦେଇଛନ୍ତି ।

ଭାରତ ଏବଂ ଚୀନ ମଧ୍ୟରେ ହୋଇଥିବା କଥାବାର୍ତ୍ତାରେ ଏକ ମଜାକଥା ସାମନାକୁ ଆସିଛି ଯେ ପୂର୍ବାନ୍ତର ସୀମାରେ ଭାରତ ଏବଂ ଚୀନ ବିବାଦିତ ଅଞ୍ଚଳରେ ସାପ୍ତାହିକ ରୋଟେସନକୁ ଆଧାର କରି ଗସ୍ତ କରାଯାଏ । ପୂର୍ବ ଲଦାଖରେ ମଧ୍ୟ ଏହି ପ୍ରକ୍ରିୟା ଅବଲମ୍ବନ କରାଯାଏ ବୋଲି ସୂଚନା ମିଳିଛି । ବର୍ତ୍ତମାନ ପୂର୍ବ ଲଦାଖର ଦେପସାଙ୍ଗ, ପୋଙ୍ଗଲ ହ୍ରଦର ନର୍ଥ ଏବଂ ସାଉଥ ବ୍ୟାଙ୍କ, ପେଟ୍ରୋଲିଙ୍ଗ ପଏଣ୍ଟ 17A , ରେଜାଙ୍ଗ ଲା ଏବଂ ରେଚିନ ଲାରେ ଉଭୟ ସେନା ମୁହାଁ ମୁହିଁ ହୋଇ ଅଛନ୍ତି ।

galwan

ଆମ ସୈନିକ ଗୁଳି ଚଳାଇବାକୁ ମଧ୍ୟ ପଛେଇବେନି : ଭାରତ

ଗଲୱାନ ହିଂସାକାଣ୍ଡର ପରିଣାମ ପରେ ଭାରତ ଚୀନକୁ ସ୍ପଷ୍ଟ ଭାବରେ କହଦେଇଛି ଯେ ଭାରତୀୟ ସୈନିକ ନିଜର ଏବଂ ପୂର୍ବ ଲଦାଖରେ ସ୍ଥିତ ନିଜ ସୀମାର ସୁରକ୍ଷା ପାଇଁ କୌଣସି ବି ସ୍ଥରକୁ ଯାଇପାରିବେ । ସୁରକ୍ଷା କରିବା କ୍ଷେତ୍ରରେ ଯଦି ପରିସ୍ଥିତି ନିୟନ୍ତ୍ରଣ ବାହାରେ ହୁଏ ତେବେ ଆମ ସୈନିକ ଗୁଳି ଚଲାଇବାକୁ ମଧ୍ୟ ପଛାଇାବେନି ଏବଂ ଏହିଭଳି ଧସ୍ତା ଧସ୍ତି ଯୁଦ୍ଧ ଆଗକୁ ସହ୍ୟ କରିହେବ ନାହିଁ ବୋଲି ମଧ୍ୟ ଭାରତ କହିଛି ।

ସିସିଟିଭି ରିର୍ପୋଟ ଅନୁଯାୟୀ ଚୀନ୍‌ର ରାଜ୍ୟ ଗଣମାଧ୍ୟମ, ତିଦ୍ଦିତ ମିଲିଟାରି ଅଞ୍ଚଳ କମାଣ୍ଡର ଏକ ସ୍ପେଶାଲ ଅପରେସନ୍‌ ବିଗ୍ରେଡ ଏବଂ ଆର୍ମି ଆଭିଏସନ୍‌ ବିଗ୍ରେଡ ମିଳିତ ଭାବେ ସ୍ପେଶାଲ ପାରା କମାଣ୍ଡୋ ଦଳକୁ ଉଚ୍ଚ ଉଚ୍ଚତାରୁ ଡେଇଁବାକୁ ତାଲିମ ଦେଇଛନ୍ତି କିନ୍ତୁ ଏହି ରିର୍ପୋଟରେ ଏବେ ପର୍ଯ୍ୟନ୍ତ ସ୍ଥାନର ନାମ ପ୍ରକାଶ ପାଇ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଭିଯାନରେ ୩୦ ଜଣ ସୈନିକଙ୍କୁ ତାଲିମ ଦିଆଯାଇଛି ।

ତେବେ ଚୀନି ସୈନିକ ତରଫରୁ କୌଣସି ପ୍ରକାରର ଅସ୍ତ୍ରର ପ୍ରୟୋଗ ହେଲେ ଭାରତୀୟ ସୈନିକ ମଧ୍ୟ ଗୁଳି ଚଲାଇବାକୁ ପଛେଇବେ ନାହିଁ ବୋଲି ଚୀନକୁ ଭାରତ ତରଫରୁ ଚେତାବନୀ ଦିଆଯାଇଛି । ଏହି ଆଲୋଚନା ସମୟରେ ପେଙ୍ଗୋଙ୍ଗ ହ୍ରଦ ନିକଟରେ ଥିବା ଉଚ୍ଚ ଉଚ୍ଚତା ଅଞ୍ଚଳରୁ ଭାରତ ନିଜ ସୈନ୍ୟବାହିନୀକୁ ଘଉଡାବା ପାଇଁ ଚୀନ୍‌ ଜିଦ୍‌ ଧରିଥିବା ବେଳେ ସମଗ୍ର ପୂର୍ବ ଲଦାଖରେ ଏହାର ସମାଧାନ ପାଇଁ ଭାରତ ଜିଦ୍‌ ଧରିଛି । ତେବେ ମେ ପ୍ରଥମ ସପ୍ତାହରୁ ସ୍ଥିତି ପୁର୍ନସ୍ଥାପିତ ହେବା ଉଚିତ ବୋଲି ଭାରତ କହିଛି ।

ଚୀନ ମୃତ୍ୟୁ ସଂଖ୍ୟା ନ କହିବାର ଭୟ:

ଗଲୱାନ ଘାଟିର ହିଂସାତ୍ମକ କାଣ୍ଡ ପରେ ଭାରତ ନିଜ ସୈନିକଙ୍କ ମୃତ୍ୟୁ ସଂଖ୍ୟା ସଠିକ କହିଥିବା ବେଳେ ଚୀନ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଗୋପନୀୟ ରଖିଛି । ସାଉଥ ଚାଇନା ମର୍ନିଂ ପୋଷ୍ଟର ରିର୍ପୋଟ ଅନୁଯାୟୀ ସେତେବେଳେ ଚୀନ ଏବଂ ଆମେରିକା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ଥିଲା ଓ ଏହାକୁ ଦୃଷ୍ଟିରେ ରଖି ଚୀନ ସମ୍ପୂର୍ଣ୍ଣ ଘଟଣାକୁ ହ୍ରାସ କରିବାକୁ ଚେଷ୍ଟା କରିଥିଲା । ଏହି ରଣନୀତି ଅନୁଯାୟୀ ଚୀନ ଆହତ ସୈନିକଙ୍କ ସଂଖ୍ୟା ପ୍ରକାଶ ନକରି ସମଗ୍ର ପ୍ରସଙ୍ଗରେ ନୀରବ ରହିଛି ।

ଚୀନ ଆର୍ମିର ମୁଖପାତ୍ର ଝାଙ୍ଗ ଶୁଙ୍ଗଲି କହିଛନ୍ତି ଯେ ଏହି ଯୁଦ୍ଧରେ ଉଭୟ ପକ୍ଷର ସୈନିକ ପ୍ରାଣ ହରାଇଛନ୍ତି କିନ୍ତୁ କେହି ମଧ୍ୟ ନିଜ ମୃତ ସୈନିକଙ୍କ ସଂଖ୍ୟା କହି ନାହାନ୍ତି । ତେମେ ପେଇଚିଙ୍ଗ ନିଜ ସୈନିକଙ୍କ ମୃତ୍ୟୁକୁ ନେଇ ଖୁବ ସମ୍ଭେଦନଶୀଳ ହୋଇ ପଡିଛନ୍ତି ବୋଲି ପିଏଲଏର ଏକ ନୋଟିସରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.