ଲକ୍‌ଡାଉନ୍‌ ମାନିବାକୁ ଲୋକେ ନାରାଜ, କୋଭିଡ୍‌ ନିୟମକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ

କରୋନା ସଂକ୍ରମଣ ରୋକିବାକୁ ବ୍ରିଟେନ୍‌ ସରକାରଙ୍କ ତରଫରୁ ଜାରି କରାଯାଇଥିବା ନୀତି ନିୟମକୁ ବିରୋଧ କରି ଶନିବାର ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ‘ଆମେ ରାଜି ନୁହେଁ’ ର‍୍ୟାଲିରେ ସାମିଲ ହେବା ପାଇଁ ଆନ୍ଦୋଳନକାରୀ ଟ୍ରେଫଲଗର ସ୍କେ୍ଵୟରରେ ଏକାଠି ହୋଇଥିଲେ। ଏହି ଲୋକମାନେ ୫ ଜଣରୁ ଅଧିକ ଲୋକଙ୍କ ସମାଗମକୁ ରୋକିବାକୁ ହୋଇଥିବା ‘ଛଅ ନିୟମ’କୁ ବି ବିରୋଧ କରିଥିଲେ। ତେବେ ପୂର୍ବରୁ ପୋଲିସ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲେ ମଧ୍ୟ ଲୋକମାନେ କିଛି ବି ଶୁଣିବାକୁ ରାଜି ନଥିଲେ।

ଏନେଇ ଶନିବାର ପୋଲିସ କମାଣ୍ଡର ଏଡ୍‌ ଏଡଲେକର କହିଛନ୍ତି ଅଧିକାରୀମାନେ ଲୋକଙ୍କୁ ବୁଝାଇବାକୁ ସମସ୍ତ ଚେଷ୍ଟା କରିଛନ୍ତି। ପ୍ରଥମେ ପ୍ରଥମେ ଲୋକମାନେ ମଧ୍ୟ ଏହାକୁ ପାଳନ କରୁଥିଲେ। କିନ୍ତୁ ଏବେ ହଠାତ୍‌ ଲୋକମାନେ ଏସବୁ ନିୟମକୁ ପାଳନ କରିବାକୁ ମନା କରି ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ନିଜ ସହ ଅନ୍ୟମାନଙ୍କ ଜୀବନକୁ ବି ବିପଦକୁ ଠେଲି ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ଲକ୍‌ଡାଉନ୍‌କୁ ବିରୋଧ କରି ଲୋକମାନେ ଏଭଳି ବିରୋଧ ପ୍ରଦର୍ଶନ କରିଥିଲେ। ସେତେବେଳେ ଏହା ଉଗ୍ରରୂପ ଧାରଣ କରିଥିଲା। ଫଳରେ ପୋଲିସ ୩୨ ଜଣଙ୍କୁ ଗିରଫ କରିଥିଲା। ଲଣ୍ଡନ୍‌ର ମେୟର ସାଦିକ ଖାନ୍‌ ବ୍ରିଟେନ୍‌ର ରାଜଧାନୀରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ତାହାକୁ ବିରୋଧ କରି ଶନିବାର ଏହି ର‍୍ୟାଲି ହୋଇଛି।

Leave A Reply

Your email address will not be published.