ଗୋଲମରିଚରୁ ପ୍ରସ୍ତୁତ ହେବ କରୋନା ଔଷଧ ! ବୈଜ୍ଞାନିକଙ୍କୁ ମିଳିଲା ବିଶେଷ ତତ୍ତ୍ୱ     

ଭାରତୀୟ ମସଲା ତାଲିକାରେ ଗୋଲମରିଚ ସ୍ଥାନ ସ୍ୱତନ୍ତ୍ର । କିନ୍ତୁ ଜାଣନ୍ତିକି ଏହି ସାଧାରଣ ଗୋଲମରିଚରୁ ଏକ ଗମ୍ଭୀର ରୋଗର ଔଷଧ ବି ତିଆରି କରାଯାଇପାରିବ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛିଯେ, କରୋନା ପରି ମହାମାରୀର ଔଷଧରେ ମଧ୍ୟ ଗୋଲମାରିଚର ବ୍ୟବହାର ହୋଇପାରିବ । ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛିଯେ, ଗୋଲମରିଚରେ ଥିବା ପେପରାଇନ ତତ୍ତ୍ୱ କରୋନା ଭାଇରସକୁ ନାଶ କରି ଦେଇପାରେ । ନିକଟରେ ଧାନବାଦ ସ୍ଥିତ ଇଣ୍ଡିୟାନ ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜିର ଫିଜିକ୍ସ ବିଭାଗ ପକ୍ଷରୁ କରାଯାଇଥିବା ଏକ ଷ୍ଟଡିରୁ ହିଁ ଏହି କଥାର ଖୁଲାସା ହୋଇଛି । ଏଠାକାର ମୁଖ୍ୟ ଗବେଷକ ଉମାକାନ୍ତ ତ୍ରିପାଠୀଙ୍କ ଅନୁଯାୟୀ, ଅନ୍ୟ ଭାଇରସ ପରି SARS -CoV -2 ଶରୀରର ଇମ୍ୟୁନୋ ବଡ଼ି ସେଲ୍ସରେ ପଶିବା ପାଇଁ ସର୍ଫେସ ପ୍ରୋଟିନର ବ୍ୟବହାର କରିଥାଏ । ତାଙ୍କ ଟିମ ଏମିତି ଏକ ପ୍ରାକୃତିକ ତତ୍ତ୍ୱ ଖୋଜି ବାହାର କରିଛନ୍ତି, ଯାହା ଏହି ପ୍ରୋଟିନ ଗୁଡିକୁ ବାନ୍ଧି ରଖିପାରିବା ସହ ଭାଇରସ ଗୁଡିକୁ ମଣିଷ ଶରୀରର ହ୍ୟୁମାନ ସେଲ୍ସରେ ପ୍ରବେଶ କରିବାକୁ ମଧ୍ୟ ରୋକିପାରିବ ।

golmaricha

ଆଉ କରୋନା ମୁକାବିଲା ପାଇଁ ଆବିଷ୍କାର କରିବା ପାଇଁ ବୈଜ୍ଞାନିକ ମାନେ କମ୍ପ୍ୟୁଟରର ଅତ୍ୟାଧୁନିକ ମଲିକୁଲାର ଡାକିଙ୍ଗ ଓ ମଲିକୁଲାର ଡ଼େନେମିକ୍ସ ରିମୁଲେସନ ଟେକନିକର ବ୍ୟବହାର କରିଥିଲେ । ଏଥିପାଇଁ ସେମାନେ ରୋଷେଇ ଘରେ ସାଧାରଣ ଭାବରେ ବ୍ୟବହାର ହେଉଥିବା ମସଲା ମାନଙ୍କରେ ମହଜୂତ ଥିବା ୩୦ ପ୍ରକାର ଅଣୁ ମାନଙ୍କର ବ୍ୟବହାର କରିଥିଲେ । କହିରଖିବା ଉଚିତ ହେବଯେ, ଗୋଲମରିଚରେ ମହଜୂତ ଥିବା ଏହି ପେପରିନ ତତ୍ତ୍ୱ କାରଣରୁ ହିଁ ଗୋଲମରିଚର ସ୍ୱାଦ ରାଗ ହୋଇଥାଏ ।

ଓଡ଼ିଶାର ଏକ ବାୟୋଟେକ କମ୍ପାନୀ IMGENEX India Pvt Ltd କମ୍ପାନୀର ଡ଼ାଇରେକ୍ଟର ଅଫ ବାୟୋଲୋଜିସ୍ଟ ଅଶୋକ କୁମାରଙ୍କ ସହଯୋଗରେ ହିଁ ଏହି ବିଶେଷ ତତ୍ତ୍ୱର ଲାବୋରେଟୋରୀ ପରୀକ୍ଷା କରାଯାଇଥିଲା । ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ କରୋନା ଔଷଧ ନିର୍ମାଣରେ ଯେ ଏହା ଏକ ବଡ ଉପଲବ୍ଧି ହେବ ସେଥିରେ କୌଣସି ସନ୍ଦେହ ନାହିଁ । କହିରଖିବା ଉଚିତ ହେବଯେ, ବିଶ୍ୱରେ କରୋନାରେ ଏବେ ପ୍ରାୟ ୩ କୋଟି ୯୫ ଲକ୍ଷ ସଂକ୍ରମିତ ହୋଇସାରିଥିବା ବେଳେ ୧୧ ଲକ୍ଷରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.