ନିଜ ଜନ୍ମ ଦିନରେ ସନ୍ରାଇଜର୍ସ ହାଇଦ୍ରାବାଦର କ୍ୟାପଟେନ୍ ଡେଭିଡ୍ ଓ୍ଵାର୍ଣ୍ଣର ଶାନ୍ଦାର ପ୍ରଦର୍ଶନ କରି ହାଇଦ୍ରାବାଦକୁ ବିଜୟୀ କରିଛନ୍ତି। ଓ୍ଵାର୍ଣ୍ଣରଙ୍କ ବ୍ୟାଟିଂ ସାମ୍ନାରେ ଦିଲ୍ଲୀକୁ ନତମସ୍ତକ ହେବାକୁ ପଡ଼ିଛି। ଜିତିବା ପରେ ଓ୍ଵାର୍ଣ୍ଣର ମ୍ୟାଚ୍କୁ ନେଇ ଆଲୋଚନା କରିଛନ୍ତି। ମ୍ୟାଚ୍ ପୂର୍ବରୁ ତାଙ୍କ ମନରେ କ’ଣ ଚାଲିଥିଲା ତାହା ସେୟାର କରିଛନ୍ତି ଓ୍ଵାର୍ଣ୍ଣର।
ଓ୍ଵାର୍ଣ୍ଣର କହିଛନ୍ତି ଏହି ଗେମ୍ ପୂର୍ବରୁ ଆମେ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲୁ। କିନ୍ତୁ ଶେଷ ମ୍ୟାଚ୍ରେ ଭଲ ପ୍ରଦର୍ଶନ କଲୁ। ନାର୍ଜେ ଓ ରବାଡାଙ୍କ ଭଳି ଦୁଇ ଜଣ ବିଶ୍ୱସ୍ତରୀୟ ଖେଳାଳିଙ୍କ ସହ ଜିତିବାକୁ ନିଷ୍ପତ୍ତି ନେଇଥିଲୁ। ମୁଁ ଟିକେ ୨୦୦୯କୁ ଚାଲିଯାଇଥିଲି, ସେତେବେଳେ ମୁଁ ସର୍ଟ ମାରିବାକୁ ସାମ୍ନା ଗୋଡ଼କୁ ଖୋଲୁଥିଲି। ଆଜି ବି ସେହି ଟ୍ରିକ୍ ଆପଣାଇ ଆମେ ବିଜୟ ହାସଲ କଲୁ।
ଓ୍ଵାର୍ଣ୍ଣର କହିଛନ୍ତି ମୁଁ ଟପ୍ ଅର୍ଡରରେ ଥିଲି ବୋଲି ମୋତେ ଦାୟିତ୍ୱ ନେବାର ଆବଶ୍ୟକତା ଥିଲା। ଏହି ପରିସ୍ଥିତିରେ ସାଧାରଣ ଭାବେ ଖେଳିବା କଷ୍ଟକର ହୋଇପଡ଼ିଥାନ୍ତା। ଏଣୁ ମୋତେ ୩୬୦ ଖେଳିବାକୁ ପଡ଼ିଲା। ପ୍ରକାଶ ଯେ ମଙ୍ଗଳବାର ସନ୍ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଥିଲା। ଉକ୍ତ ମ୍ୟାଚ୍ରେ ଓ୍ଵାର୍ଣ୍ଣରଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁ ହାଇଦ୍ରାବାଦ ବିଜୟ ଲାଭ କରିଛି।