ଯୋଗଗୁରୁ ବାବା ରାମଦେବ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହିଥାନ୍ତି। ବାବା ରାମଦେବ ପ୍ରାୟତଃ ସୋସିଆଲ ମିଡିଆରେ ଯୋଗ ଓ ବ୍ୟାୟାମ ସହ ଜଡ଼ିତ ଭିଡିଓ ସେୟାର କରିଥାନ୍ତି। ରାମଦେବ ଲୋକଙ୍କୁ ସୁସ୍ଥ ରହିବା ପାଇଁ ଯୋଗ ପ୍ରାଣାୟାମ କରିବାକୁ ପରାମର୍ଶ ଦେଇଥାନ୍ତି। ତେବେ ନିକଟରେ ରାମଦେବ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ସ୍କିପିଂ କରୁଥିବା ଦେଖାଯାଇଛି।
ସ୍କିପିଂ କରିବା ସମୟରେ ରାମଦେବ ଲୋକଙ୍କୁ ଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ଭିଡିଓରେ ରାମଦେବ ମାତ୍ର ୧୦ ସେକେଣ୍ଡରେ ୧୮ ଥର ସ୍କିପିଂ କରିବାରେ ସଫଳ ହୋଇଛନ୍ତି।
हमारी आयु कितनी होगी यह तो प्रकृति और परमात्मा तय करता है लेकिन हम अपनी काया को कैसे निरोगी रखें यह हमारे हाथ में है। हमारी आयु हो लम्बी और हम सदा रहें सेहतमंद इसके लिए बचपन से योग करना जरूरी है।
देखें कल सुबह 8 बजे @indiatvnews पर। pic.twitter.com/4kE78co7st— स्वामी रामदेव (@yogrishiramdev) October 30, 2020
ରସି ଡେଇଁବା ବେଳେ ରାମଦେବ କହୁଛନ୍ତି ଆମ ଆୟୁଷ କେତେ ହେବେ ତାହା ପ୍ରକୃତି ଓ ପରମାତ୍ମାଙ୍କ ଉପରେ ନିର୍ଭର କରେ। କିନ୍ତୁ ଆମେ ନିଜ ଶରୀରକୁ କେତେ ନିରୋଗ ରଖିପାରୁଛେ ତାହା ଆମ ଉପରେ ନିର୍ଭର କରେ। ସୁସ୍ଥ ଓ ନିରୋଗ ରହିବା ପାଇଁ ପିଲାବେଳୁ ଯୋଗ କରିବା ଜରୁରୀ ବୋଲି ରାମଦେବ କହିଛନ୍ତି।