ମୋବାଇଲରେ ହେବ ଜଳ ସେଚନ ସମସ୍ୟା ସମାଧାନ,୪ଟି ଅନଲାଇନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ଜଳସେଚନ ସମସ୍ୟା ପାଇଁ ଚାଷ କାମ ଛାଡି ଚାଷୀକୁ ଆଉ ଅଫିସକୁ ଦୌଡ଼ିବାକୁ ପଡିବ ନାହିଁ। ଫାଇଭ ଟି ଅଭିଯାନରେ ଆଜି ଜଳ ସମ୍ପଦ ବିଭାଗ ସହ ସିଧା ଯୋଡ଼ି ହୋଇଛନ୍ତି ଚାଷୀ। ଜଳ ସମ୍ପଦ ବିଭାଗର ୪ଟି ଅନଲାଇନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୋବାଇଲରେ ହେବ ଜଳ ସେଚନ ସମସ୍ୟା ସମାଧାନ।

cm naveen 1

ଫୋନରେ ଫଟୋ ଓ ଭିଡିଓ ଜରିଆରେ ଚାଷୀ ଜଳସେଚନ ସମ୍ପର୍କରେ ସିଧା ଜଣାଇ ପାରିବେ ଜଳ ସମ୍ପଦ ବିଭାଗକୁ। ସେଚ ସମାଧାନ ସହିତ ବିଜୁ କୃଷକ ଯୋଜନାରେ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆବେଦନ, ଶିଳ୍ପ ସଂସ୍ଥାଗୁଡିକ ପାଇଁ ଜଳ ଆବଣ୍ଟନ ପ୍ରକ୍ରିିୟା ଏବଂ ବ୍ୟବସାୟିକ ଓ ଅନ୍ୟ ସଂସ୍ଥା ପାଇଁ ଆବେଦନ ପୋର୍ଟାଲ ଏପରି ୪ଟି ପୋର୍ଟାଲର ଶୁଭାରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.