ରଙ୍ଗ ବେରଙ୍ଗ ଆଲୋକମାଳାରେ ଆଲୋକିତ ହେବ ଅଯୋଧ୍ୟା, ୫ ଲକ୍ଷ ୫୧ ହଜାର ଦୀପରେ ଝଲସିବ ଭଗବାନ ରାମଙ୍କ ନଗରୀ

ଅଯୋଧ୍ୟା: ଦୀପୋତ୍ସବରେ ଝଲସିବ ଅଯୋଧ୍ୟା ନଗରୀ । ରଙ୍ଗ ବେରଙ୍ଗ ଆଲୋକମାଳାରେ ଆଲୋକିତ ହେବ ସରୟୁ ଘାଟ । ଆଯୋଧ୍ୟାରେ ଆଜି ଭବ୍ୟ ଦୀପୋତ୍ସବ । ୫ ଲକ୍ଷ ୫୧ ହଜାର ଦୀପରେ ଝଲସିବ ଭଗବାନ ରାମଙ୍କ ନଗରୀ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆୟୋଜିତ ହେବାକୁ ଥିବା ଦୀପୋତ୍ସବରେ ସାମିଲ ହେବେ ।

ରାମ ନଗରୀର ମଠ, ମନ୍ଦିର ଓ ସଡ଼କକୁ ରଙ୍ଗୋଲୀ କରାଯାଇଛି । ବିଗତ ୩ ବର୍ଷ ତୁଳନରେ ଚଳିତ ବର୍ଷ ଦୀପୋତ୍ସବ ସ୍ୱତନ୍ତ୍ର । ସରୟୂ କୂଳରେ ଥିବା ୨୪ଟି ଘାଟରେ ୫ ଲକ୍ଷ ୫୧ ହଜାର ଦୀପ ଜଳି ଗିନିଜ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡ କରାଯିବାର ଲକ୍ଷ୍ୟ ରଖାଯାଇଛି । ରାମ କଥା ପାର୍କ ଠାରୁ ଆରମ୍ଭ କରି ରାମ କି ପୈଡି ପର୍ଯ୍ୟନ୍ତ ସଜାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.