ଡେଟିଂ ଆପ୍ କଲା କମାଲ, ପାକିସ୍ତାନୀ ଯୁବକଙ୍କ ପ୍ରେମରେ ଉବୁଟୁବୁ କିଆରା ଆଡଭାନୀ

କିଆରା ଆଡଭାନୀଙ୍କ ଆଗାମୀ ଫିଲ୍ମ ‘ଇନ୍ଦୁ କି ଜୱାନୀ’ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲରକୁ ଏପର୍ଯ୍ଯନ୍ତ ୯ ଲକ୍ଷ ଲୋକ ଦେଖିସାରିଲେଣି। ଫିଲ୍ମକୁ ଅବିର ସେନଗୁପ୍ତା ନିର୍ଦ୍ଦେଶନା ଦେଉଛନ୍ତି। ଟ୍ରେଲରରେ କିଆରା ଆଡଭାନୀ ଏବଂ ଆଦିତ୍ଯ ସିଲ୍ ମୁଖ୍ଯ ଭୂମିକାରେ ରହିଛନ୍ତି। ଏହାର କାହାଣୀ ରହିଛି ଏମିତି ।  ଜଣେ ଭାରତୀୟ ଯୁବତୀ ପାକିସ୍ତାନର ଯୁବକକୁ ଦେଖାକରିବାକୁ ଯାଇଛନ୍ତି । ଆଉ ପାକିସ୍ତାନୀ ଯୁବକଙ୍କ ପ୍ରେମର ପଡିଯାଇଛନ୍ତି ।  ଏମାନଙ୍କ ବ୍ଯତୀତ ମଲ୍ଲିକା ଦୁଆ ମଧ୍ୟ ଜଣେ ସାଙ୍ଗ ଭୂମିକାରେ ନଜର ଆସିବେ।

ସୂଚନାଯୋଗ୍ଯ, ଇନ୍ଦୁ( କିଆରା) ଡେଟିଂ କରିବା ପାଇଁ ଜଣେ ଭଲ ଯୁବକ ଖୋଜୁଥିବା ବେଳେ ସଫଳତା ନ ମିଳିବାରୁ  ଏକ ଡେଟିଂ ଆପ୍ ର ସହାୟତା ନେଇଛନ୍ତି। ସେଥିରେ ପୁଅ ତ ମିଳିଛନ୍ତି କିନ୍ତୁ ଇନ୍ଦୁରଙ୍କର ଏମାନେ ମନ ପସନ୍ଦର ହୋଇନାହାନ୍ତି। ଫିଲ୍ମର କାହାଣୀ ଏମିତି କିଛି ରହିଛି… ଯାହାର ଟ୍ରେଲରକୁ କିଆରା ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

 

View this post on Instagram

 

A post shared by KIARA (@kiaraaliaadvani)

କିଆରା ଏବଂ ଆଦିତ୍ଯଙ୍କ ଏହି ଫିଲ୍ମ ୧୧ ଡିସେମ୍ବରରେ ବଡ ପରଦାରେ ଦେଖା ଯିବ।  ନିକଟରେ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ଲକ୍ଷ୍ମୀ’ ରିଲିଜ ହୋଇଥିଲା। ଯେଉଁଥିରେ ସେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ସହିତ ନଜର ଆସିଥିଲେ।  ଏହି ଫିଲ୍ମ ଜରିଆରେ ନିଜ ଫ୍ଯାନଙ୍କ ହୃଦୟ ଜିତି ନେଇଥିଲେ କିଆରା।

Leave A Reply

Your email address will not be published.