କେନ୍ୟୁଜ୍(ବ୍ୟୁରୋ): ଦେଶ ପାଇଁ ଶୁଭ ଖବର ସହ ଆସିଲା ନୂଆ ବର୍ଷ । ନୂଆ ବର୍ଷରେ ଦେଶକୁ ମିଳିଲା କୋଭିଡ୍ ଟିକା । ଜାନୁଆରୀ ୬ରୁ ଆରମ୍ଭ ହୋଇପାରେ ଟିକାକରଣ। ସେରମ୍ ଇନ୍ଷ୍ଟିଚ୍ୟୁଟ୍ର କୋଭିସିଲ୍ଡକୁ ଗ୍ରୀନ୍ ସିଗନାଲ ଦେଲା ସବ୍ଜେକ୍ଟ ଏକ୍ସପର୍ଟ କମିଟି । ସେରମ୍ ଇନଷ୍ଟିିଚ୍ୟୁଟ୍ର ଜରୁରୀ ଅନୁମତି ଆବେଦନ ଉପରେ ବିଶେଷଜ୍ଞ ଟିମ୍ର ଜରୁରୀ ବୈଠକ ବସିଥିଲା। ଆଜିର ବୈଠକ ଥିଲା ଗତ ୩ ଦିନ ମଧ୍ୟରେ ଦ୍ୱିତୀୟ ବୈଠକ । ଟିକା ଟ୍ରାଏଲର ସମସ୍ତ ତଥ୍ୟ ଯାଂଚ କରିଥିଲା ବିଶେଷଜ୍ଞ ଟମ୍ ।
ଦୀର୍ଘ ବୈଠକ ପରେ ସବୁଜ ସଂକେତ ଦେଇଛି ସବ୍ଜେକ୍ଟ ଏକ୍ସପର୍ଟ କମିଟି । ଏଥିସହ ଚୁଡ଼ାନ୍ତ ଅନୁମତିି ପାଇଁ ଡିସିଜିଆଇକୁ ସୁପାରିସ କରିଛି ବିଶେଷଜ୍ଞ ପ୍ୟାନେଲ୍ । ଦ୍ୱିତୀୟ ଦେଶ ଭାବେ ଅକ୍ସଫୋର୍ଡ ଟିକାକୁ ଅନୁମତି ଦେଲା ଭାରତ । ଦୁଇ ଦିନ ପୂର୍ବରୁ ପ୍ରଥମ ଅନୁମତି ଦେଇଥିଲା ବ୍ରିଟେନ୍ । ବ୍ରିଟେନ୍ ଅନୁମତିକୁ ଭାରତର ଅପେକ୍ଷା ଥିଲା । ଭାରତରେ ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଟିକା କୋଭିିସିଲ୍ଡ୍ ଉତ୍ପାଦନ କରୁଛି ସେରମ୍ ଇନଷ୍ଟିଚ୍ୟୁଟ୍ । ଏବେ ସେରମ୍ ପାଖରେ ୫ କୋଟି ଟିକା ମହଜୁଦ୍ ରହିଛି । ଯାହାର ସିଂହଭାଗ ଭାରତକୁ ମିଳିବ ।