କରୋନା ଭାଇରସକୁ ନେଇ ପ୍ରତିଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏବେ ସୁଦ୍ଧା କରୋନା ମଣିଷଙ୍କ ଶରୀରରେ ବ୍ୟାପୁଥିଲା, କିନ୍ତୁ ଏବେ ଖାଦ୍ୟ ପଦାର୍ଥରେ ମଧ୍ୟ କୋଭିଡ ଥିବା ଦେଖିବାକୁ ମିଳୁଛି। ଚୀନରେ ଏମିତି ମାମଲା ଦେଖାଦେଇଛି। ଯାହାପରେ ସେଠାରେ ଆତଙ୍କ ଖେଳିଯାଇଛି।
ଚାଇନାର ଉତ୍ତର ପୂର୍ବ ଇଲାକା ଟିଆନଜିନ ନଗରପାଳିକାର ଡୁକିଆଡୋ ଫୁଡ୍ କମ୍ପାନୀରୁ ୪ହଜାର ୮୩୬ ଆଇସକ୍ରିମ କ୍ୟାନ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ଏହି ଖବର ପରଠାରୁ ଚାଇନାରେ ଉତ୍ତେଜନା ଦେଖାଦେଇଥିବା ବେଳେ ଚୀନ୍ କର୍ତ୍ତୃପକ୍ଷ ଅନୁସନ୍ଧାନ ଆରମ୍ଭ କରିଛନ୍ତି ।
ଟିୟାନଜିନ୍ ଡକିୟାଡୋ ଫୁଡ୍ କମ୍ପାନୀ ତରଫରୁ ୪,୮୩୬ ଆଇସକ୍ରିମ୍ ଡବା କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛି। ଯେଉଁଥିରେ ୨,୦୮୯ ଡବାକୁ ଏବେ ଷ୍ଟୋରେଜରେ ସିଲ୍ କରିଦିଆଯାଇଛି । ଚୀନ୍ ମିଡିଆ ଅନୁସାରେ ସଂକ୍ରମିତ ଡବା ଗୁଡିକ ମଧ୍ୟରୁ ୧,୮୧୨ ଡବାକୁ ଅନ୍ୟ ସ୍ଥାନକୁ ପଠାଇ ଦିଆଯାଇଛି।
ସେହିପରି ଅନ୍ୟ ୯୩୫ ଡବାକୁ ସ୍ଥାନୀୟ ବଜାରରେ ଛଡାଯାଇସାରିଛି । ଯାହା ମଧ୍ୟରୁ ୬୫ ଡବା ବିକ୍ରି ହୋଇସାରିଛି । ତେବେ ୧୬୬୨ କର୍ମଚାରୀଙ୍କୁ ନିଜେ ନିଜେ ଆଇସୋଲେଟ୍ ଏବଂ ଟେଷ୍ଟିଂ ନିର୍ଦ୍ଦେଶ ଦିଆଯାଇଛି ।