କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିଲା ଶୀତ, କାଲୁଆ ପବନ ସାଙ୍ଗକୁ ଘନ କୁହୁଡି ଲୋକଙ୍କୁ କରୁଛି ଅସ୍ତବ୍ୟସ୍ତ

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଶୀତର ଲେଉଟାଣି । ବିଶେଷକରି କାଲୁଆ ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡି ଦେଖାଯାଇଛି।

ଦୀର୍ଘ ଦିନ ପରେ କନ୍ଧମାଳକୁ ପୁଣି ଶୀତ ଫେରିଛି। ସମଗ୍ର ଜିଲ୍ଲାରେ ଘନ କୁହୁଡି ସାଙ୍ଗକୁ ଜାଡ। ପୁଣି ୫ ଡିଗ୍ରୀକୁ ଖସି ଆସିଛି ଫୁଲବାଣୀ ସହରର ତାପମାତ୍ରା। ଫଳରେ ପ୍ରବଳ ଜାଡର ମାଡରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.