ଗଞ୍ଜାମ : ଗଞ୍ଜାମ ତପ୍ତପାଣି-ଦିଗପହଣ୍ଡି ରାସ୍ତାର ଦସେଇପୁର ଛକ ନିକଟରେ ଗଞ୍ଜେଇ ଭର୍ତ୍ତି କାର୍ ଜବତ । ଗଜପତିରୁ କାରଟି ଆସୁଥିବା ସମୟରେ ଧରାପଡିଥିବା ଜଣାପଡିଛି ।
ତେବେ କାର୍ ଭିତରୁ ୧୪୦କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରଯାଇଛି । ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତ ସୁଯୋଗ ପାଇ ଫେରାର ହୋଇଯାଇଛି । ଘଟଣାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ୍।