କାଲିଫର୍ଣ୍ଣିଆରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଲେ ଦୁର୍ବୃତ୍ତ, ସହରରେ ଅଶାନ୍ତି

ଓ୍ଵାଶିଂଟନ୍‌ :  କେହି ଦୁର୍ବୃତ୍ତ ଆମେରିକାର କାଲିଫର୍ଣ୍ଣିଆ ସହରରେ ଥିବା ମହତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେବା ନେଇ କାଲିଫର୍ଣ୍ଣିଆରେ ଉତ୍ତେଜନା ଦେଖାଦେଇଛି । ଏହାର ତଦନ୍ତ କରିବା ପାଇଁ ଆମେରିକାରେ ଥିବା ଭାରତୀୟମାନେ ଦାବି କରିଛନ୍ତି ।

ସୂଚନା ଅନୁଯାୟୀ ମହତ୍ମା ଗାନ୍ଧିଙ୍କ ଏହି ପ୍ରତିମୂର୍ତ୍ତି ୟୁଏସ୍‌ ଷ୍ଟେଟ୍‌ କାଲିଫର୍ଣ୍ଣିଆ ଡ୍ୟାଭିସ୍‌ ସିଟିର ସେଣ୍ଟ୍ରାଲ୍‌ ପାର୍କରେ ସ୍ଥାପନ କରାଯାଇଥିଲା । ଗତ ୨୭ ତାରିଖରେ ପାର୍କର କର୍ମଚାରୀ ପ୍ରଥମେ ଏହାକୁ ଦେଖି ପୋଲିସରେ ଖବର ଦେଇଥିଲେ । ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ଉକ୍ତ ସ୍ଥାନରୁ ଓପାଡ଼ି ଦେବା ସହ ପ୍ରତିମୂର୍ତ୍ତିର ମୁହଁ ଓ ଗୋଡକୁ ଭାଙ୍ଗି ଦେଇଥିଲେ । ଏଫ୍‌ବିଆଇ ଏବେ ଏହାର ତଦନ୍ତ କରୁଥିବା ଜଣାଯାଇଛି ।

mahatma
photo credit: ndtv.com

ପ୍ରକାଶଯୋଗ୍ୟ ଯେ ପ୍ରତିମୂର୍ତ୍ତିଟି ୬ ଫୁଟ ଉଚ୍ଚର ଥିବା ବେଳେ ଏଥିରେ ୨୯୪ କେଜିର ବ୍ରୋଞ୍ଜ ଲାଗିଛି । ଏହି ପ୍ରତିମୂର୍ତ୍ତିକୁ ୪ ବର୍ଷ ତଳେ ଭାରତ ସରକାର ଡାଭିସ ସହରକୁ ଉପହାର ଦେଇଥିଲେ। ଏହି ପ୍ରତିମୂର୍ତ୍ତି ୟୁଏସ୍‌ ଷ୍ଟେଟ୍‌ କାଲିଫର୍ଣ୍ଣିଆ ଡ୍ୟାଭିସ୍‌ ସିଟିର ସେଣ୍ଟ୍ରାଲ୍‌ ପାର୍କରେ ସ୍ଥାପନ କରାଯାଇଥିଲା । ଏଭଳି ଘୃଣିତ କାର୍ଯ୍ୟକୁ ଆମେରିକାରେ ଥିବା ସମସ୍ତ ଭାରତୀୟ ନିନ୍ଦା କରିଛନ୍ତି ।

ଏଭଳି ଘଟଣା ପ୍ରଥମଥର ପାଇଁ ହୋଇନାହିଁ । ଏହା ପୂର୍ବରୁ ୨୦୨୦ ଡିସେମ୍ବରରେ ଖଲିସ୍ତାନି ସମର୍ଥକମାନେ ଓ୍ଵାଶିଂଟନ ଡିସି ସ୍ଥିତ ଭାରତୀୟ ଦୂତାବାସ ଆଗରେ ଥିବା ମହତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.