୧୭ ବର୍ଷରେ ପାଦ ଦେଲା Facebook, ମାର୍କ ଜୁକରବର୍ଗ ବଦଳାଇଲେ ସୋସିଆଲ ମିଡିଆର ଅନ୍ଦାଜ୍‌

ଦୁନିଆର ସବୁଠୁ ବଡ଼ ସୋସିଆଲ ନେଟଓ୍ଵାର୍କିଂ ସାଇଟ୍‌ ଫେସ୍‌ବୁକ୍‌ ଆଜି ୧୭ ବର୍ଷରେ ପାଦ ଥାପିଛି। ୨୦୦୪ ମସିହାରେ ଆଜିର ଦିନରେ ମାର୍କ ଜୁକରବର୍ଗ ହାଓ୍ଵଡା ୟୁନିଭର୍ସିଟିରେ ତିନି ଜଣ ସାଙ୍ଗଙ୍କ ମିଶି ଫେସ୍‌ବୁକ୍‌ ଲଞ୍ଚ୍‌ କରିଥିଲେ। ଏଥିସହ ସାରା ବିଶ୍ୱର ଲୋକଙ୍କୁ ବନ୍ଧୁ ଓ ଲାଇକ୍‌ ଗଣିବାର ନୂଆ ଗଣିତ ମିଳିଥିଲା। ୨୦୦୯ରେ ଫେସ୍‌ବୁକ୍‌ ଦୁନିଆର ସବୁଠୁ ଲୋକପ୍ରିୟ ସୋସିଆଲ ନେଟଓ୍ଵାର୍କିଂ ସାଇଟ୍‌ ବନିଯାଇଥିଲା।

ଫେସ୍‌ବୁକ୍‌ ମାଧ୍ୟମରେ ଆପଣ ନୂଆ ସାଙ୍ଗ କରିପାରିବେ। ମାଗଣାରେ ମେସେଜ୍‌ ଓ କଲ୍‌ କରିପାରିବେ। ଏଥିସହ ନିଜ ଫଟୋ ଓ ଭିଡିଓ ବି ସେୟାର କରିପାରିବେ। ଦୁନିଆର ପ୍ରାୟ ଅଧିକାଂଶ ଲୋକ ଫେସ୍‌ବୁକ୍‌ରେ ନିଜ ଗତିବିଧି ମଧ୍ୟ ସେୟାର କରୁଛନ୍ତି ଓ ଫେସବୁକ୍‌ ହିଁ ତାଙ୍କ ଦୁନିଆ ବନିଯାଇଛି।

ଜୁକରବର୍ଗ ଫେସ୍‌ବୁକ୍‌ ଜରିଆରେ ନିଜ ଭାଗ୍ୟ ସହ ଦୁନିଆକୁ ଦେଖିବାର ଶୈଳୀ ବଦଳାଇ ଦେଇଛନ୍ତି। ଫେସବୁକ୍‌ ପରେ ଆଉ ଅନ୍ୟ ସାଇଟ୍‌ ଆସିଥିଲେ ମଧ୍ୟ କେହି ବି ଫେସ୍‌ବୁକ୍‌ ଭଳି ଏତେ ଲୋକପ୍ରିୟ ହୋଇପାରିନାହାନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱର ପ୍ରାୟ ୨୫୦ କୋଟି ଲୋକ ଏବେ ଫେସ୍‌ବୁକ୍‌ ବ୍ୟବହାର କରୁଛନ୍ତି। ଏହି ତଥ୍ୟ ମୁତାବକ, ବିଶ୍ୱର ତିନି ଜଣଙ୍କ ମଧ୍ୟରୁ ଜଣେ ଫେସବୁକ୍‌ ୟୁଜର। ସବୁଠାରୁ ଅଧିକ ଫେସ୍‌ବୁକ୍‌ ୟୁଜର ଭାରତରେ ଅଛନ୍ତି। ୨୦୧୯ ରିପୋର୍ଟ ମୁତାବକ ଭାରତରେ ୨୬ କୋଟି ଫେସ୍‌ବୁକ୍‌ ୟୁଜର ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.