ପେଟ-ଅଣ୍ଟା ଚର୍ବି କମ୍‌ କରିବାର ହିଟ୍‌ ଆଣ୍ଡ୍‌ ଫିଟ୍‌ ଫର୍ମୁଲା, କେବଳ ଖାଇବା ପରେ ଏମିତି ସେବନ କରନ୍ତୁ ଜିରା ଓ ଜୁଆଣି

ଦିନ ସାରା ଗୋଟିଏ ସ୍ଥାନରେ ବସି ରହି କାମ କରିବା, ଖାଇବା ପରେ ଆଦୌ ଚଲାବୁଲା ନ କରିବା ଓ ଅସନ୍ତୁଳିତ ଜୀବନଶୈଳୀ ଯୋଗୁ ଏବେ ପ୍ରାୟ ଅଧିକାଂଶ ଲୋକ ମୋଟାପଣ ଭଳି ଗମ୍ଭୀର ସମସ୍ୟା ଭୋଗୁଛନ୍ତି। ଏଣୁ ପତଳା ହେବା ପାଇଁ କିଏ ଜିମ୍‌ ଜଏନ୍‌ କରୁଛି ତ ଆଉ କିଏ ଡାଏଟ୍‌। କିନ୍ତୁ ମେଦ ବହୁଳତା କମିବାର ନାଁ ଧରୁନି। ଯଦି ଆପଣ ବି ମୋଟାପଣ ଯୋଗୁ ଚିନ୍ତିତ ଅଛନ୍ତି, ତେବେ ଆମେ ଆପଣଙ୍କୁ ଏଥିରୁ ମୁକୁଳିବା ପାଇଁ ଏକ ସହଜ ଓ ସରଳ ଟିପ୍ସ ଦେବୁ। ଯାହା ମାଧ୍ୟମରେ ଖୁବ୍‌ କମ୍‌ ଦିନ ଭିତରେ ଆପଣ ହୋଇଯିବେ ସ୍ଲିମ୍‌ ଟ୍ରିମ୍‌।

ଯଦି ଆପଣ ପେଟର ଚର୍ବି ସହ ବର୍ଦ୍ଧିତ ଓଜନ ଯୋଗୁ ଟେନ୍ସନ୍‌ରେ ଅଛନ୍ତି ତେବେ ଏଥିରୁ ମୁକ୍ତି ପାଇବାକୁ ଜିରା, ଧନିଆ, ଜୁଆଣି ଓ ପାନମଧୁରୀ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା ଏହାକୁ କେମିତି ସେବନ କରିବେ।

୨ କପ୍‌ ପାଣିରେ ସମ ପରିମାଣର ଜିରା, ଧନିଆ, ଜୁଆଣି ଓ ପାନ ମଧୁରୀ ପକାଇ ଗ୍ୟାସ୍‌ରେ ବସାଇ ଭଲ ଭାବେ ଫୁଟାନ୍ତୁ, ଯେମିତିକି ଏହା ୧ କପ୍‌ ଭଳି ହୋଇଯିବ। ପ୍ରତିଦିନ ଖାଦ୍ୟ ଖାଇବା ପରେ ଏହାକୁ ଚା’ଭଳି ପିଅନ୍ତୁ। ଦେଖିବେ ମାତ୍ର କିଛି ଦିନ ଭିତରେ ଆପଣଙ୍କ ଶରୀରର ଚର୍ବି ଅଂଶ କମ୍‌ ହେବା ସହ ଆପଣ ପତଳା ହୋଇଯିବେ।

କାରଣ ଏହି ଚା’ମାଧ୍ୟମରେ ଆପଣଙ୍କ ଶରୀରକୁ ଭିଟାମିନ୍‌ ସି, କେ, ବି୧, ବି୨, ବି୩, ଭିଟାମିନ୍‌ ଇ, ପ୍ରୋଟିନ୍‌, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, ଜିଙ୍କ୍‌, କପର, ଆଇରନ୍‌, କାର୍ବୋହାଇଡ୍ରେଟ୍‌ ଭଳି ବିଭିନ୍ନ ତତ୍ତ୍ୱ ଯାଇଥାଏ, ଯାହା ମୋଟାପଣ ସମେତ ଅନ୍ୟ ରୋଗକୁ ମଧ୍ୟ ଦୂର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.