ପାଠ ପଢି ଲୋକଙ୍କ ସେବା କରିବାର ବହୁତ ଇଚ୍ଛା କିନ୍ତୁ ବାଟ ଓଗାଳିଛି ଅର୍ଥ

ମୋହନା (କେନ୍ୟୁଜ) : ପାଠ ପଢି ବଡ ମଣିଷ ହୋଇ ଲୋକଙ୍କ ସେବା କରିବାର ବହୁତ ଇଚ୍ଛା କିନ୍ତୁ ବାଟ ଓଗାଳିଛି ଆର୍ଥିକ ପରିସ୍ଥିତି l ଅର୍ଥ ଅଭାବ ରୁ ପୂରଣ ହୋଇପାରୁନି ଉଚ୍ଚଶିକ୍ଷା। ପାଠ ପଢ଼ିବେ ଶିକ୍ଷା ଲାଭ କରି ବଡ ମଣିଷ ହେବେ। ଏଭଳି ସ୍ୱପ୍ନ ଅଛି ସୁନନ୍ତଙ୍କର। କିନ୍ତୁ ସବୁ ସ୍ୱପ୍ନ ତାଙ୍କର ଯେମିତି ମଉଳି ଯାଇଛି। ସ୍ୱପ୍ନକୁ ପୂରଣ କରିବା ପାଇଁ ତାଙ୍କ ପାଖରେ ବାପା ନାହାଁନ୍ତି କି ମାଆ ନାହିଁ। ତେଣୁ କେମିତି ନିଜ ପାଠପଢ଼ାକୁ ଆଗକୁ ନେବେ ସେହି ଚିନ୍ତାରେ ସୁନନ୍ତ।

sunantନିଜର ଏକ ସ୍‌ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଏବଂ ଡାକ୍ତର, ଇଞ୍ଜିନିଅର ହେବା ର ସ୍ୱପ୍ନ ଦେଖିଥାନ୍ତି ଅନେକ ଛାତ୍ର ଛାତ୍ରୀ । କିଛି ପିଲାଙ୍କ ସ୍ୱପ୍ନ ପୂରଣ ହୋଇଥାଏ ତ କିଛିଙ୍କ ସ୍ୱପ୍ନ ଆର୍ଥିକ ଅନାଟନ ତଥା ପାରିବାରିକ ପରିସ୍ଥିତି ପାଇଁ ମାଟିରେ ମିଶିଯାଇଥାଏ l ଏଭଳି ଜଣେ ଯୁବକ ହେଲେ ଗଜପତି ଜ଼ିଲ୍ଲା ଆର. ଉଦୟଗିରି ବ୍ଲକ ଶବରପଲ୍ଲୀ ପଞ୍ଚାୟତ ଜିରାଙ୍ଗ ଗ୍ରାମର ସୁନନ୍ତ ବଡରଇତ । ବୟସ 19ବର୍ଷ, ଅତି ଦୁଃଖଦୁର୍ଦଶାରେ କଟିଛି ପିଲାଦିନ। ସୁନନ୍ତଙ୍କୁ ଯେତେବେଳେ ମାତ୍ର ୩ ବର୍ଷ ବୟସ ହୋଇଥିଲା ସେତେବେଳେ ଅଜଣା ରୋଗରେ ପଡି ବାପା, ମା ଆରପାରିକୁ ଚାଲିଗଲେ। ପରେ ଜଣେ ସ୍ଥାନୀୟ ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଜୟରାମ ରଇତଙ୍କ ସାହାଯ୍ୟ ପାଇଁ ସୁନନ୍ତ ଜୟପୁର ସ୍ଥିତ ଇମାନୁଏଲ ପବ୍ଲିକ ସ୍କୁଲରେ ପ୍ରାଥମିକ ପାଠ ପଢା ଶେଷ କରିଥିଲେ । ୨୦୧୮ରେ ଦଶମ ଶ୍ରେଣୀରେ ଉତୀର୍ଣ୍ଣ ହେବା ପରେ +2 ଶିକ୍ଷା ପାଇଁ ମଧ୍ୟ ଜୟରାମ ତାଙ୍କୁ ସହଯୋଗ କରିଥିଲେ। ଗଜପତି ଜ଼ିଲ୍ଲା ଚାନ୍ଦିପୁଟ ଇନ୍ଦିରା ସ୍ମୃତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରୁ ସେ +2 ବିଜ୍ଞାନ ରେ 49% ରଖି ଉତୀର୍ଣ୍ଣ ହୋଇଛନ୍ତି l କିନ୍ତୁ ଆଉ ପାଠ ପଢିବା ପାଇଁ ଅର୍ଥ ନାହିଁ ଫଳରେ ପାଠ ପଢ଼ାରେ ଡୋରି ପଡିଛି । ତେଣୁ ସେ କିସ ଓ କିଟରେ ପାଠ ପଢିବାର ସୁଯୋଗ ପାଇଁ ଅନୁରୋଧ କରିଛନ୍ତି ।

sunantପାଠ ପଢା ବନ୍ଦ ହେବା ଯୋଗୁଁ କାମ କରି ମହୁଲ ଫୁଲ ସଂଗ୍ରହ କରିବା ସହ କାଠ ସଂଗ୍ରହ କରି ତଥା ମାଣ୍ଡିଆ ବାଡ଼ରେ କାମ କରି ସୁନନ୍ତ ଙ୍କ ଦିନ କଟୁଛି। କିନ୍ତୁ ଇଚ୍ଛା ଅଛି ପାଠ ପଢି ଜଣେ ଡାକ୍ତର ହେବେ ଓ ଲୋକଙ୍କ ସେବା କରିବେ ତେଣୁ ସେ କିସ ଓ କିଟରେ ପାଠ ପଢି ତାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଆଶା ରଖିଛନ୍ତି। ଗ୍ରାମବାସୀ ମଧ୍ୟ ସୁନନ୍ତ ଙ୍କୁ କିସ ଓ କିଟରେ ପାଠ ପଢିବାର ସୁଯୋଗ ଦେବା ପାଇଁ ପ୍ରତିଷ୍ଠାତା ଡ଼. ଅଚ୍ଯୁତ ସାମନ୍ତ ଙ୍କୁ ଅନୁରୋଧ କରିଛନ୍ତି । ଯଦି ସୁନନ୍ତ ଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ସୁଯୋଗ ମିଳେ ତାହେଲେ ସେ ପାଠ ପଢି ନିଜ ଲକ୍ଷ ହାସଲ କରିବା ସହ ଅଞ୍ଚଳ ର ଗୌରବ ରକ୍ଷା କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.