ଟ୍ଯୁସନ ପଢାଇବାକୁ ଘରକୁ ଆସୁଥିଲେ ସ୍କୁଲ ଶିକ୍ଷକ, ଫେଲ୍ କରିବା ଧମକ ଦେଇ ବର୍ଷେ ହେଲାଣି କରୁଥିଲେ ଦୁଷ୍କର୍ମ

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଫେଲ୍ କରାଇଦେବାର ଭୟ ଦେଖାଇ ବର୍ଷେ ହେଲା ଦୁଷ୍କର୍ମ କରୁଥିଲା ଟ୍ୟୁସନ୍ ମାଷ୍ଟର। ଏମିତି ଏକ ଘଟଣା ଉତ୍ତରପ୍ରଦେଶ ଉନ୍ନାଓ ଜନପଦରେ ଘଟିଛି। ଯାହା ବିଷୟରେ ଆପଣ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ଛାତ୍ରୀକୁ ଟ୍ଯୁସନ କରିବା ବାହାନାରେ ଆସି ସ୍କୁଲ ଶିକ୍ଷକ ତାକୁ ଦୁଷ୍କର୍ମ କରୁଥିଲା। ଆଉ କାହାକୁ ଜଣାଇଲେ ୧୦ମ ଶ୍ରେଣୀରେ ଫେଲ୍ କରିଦେବାକୁ ଧମକ ଦେଉଥିଲେ। ଏହି ମାମଲାରେ ଅଭିଯୁକ୍ତ ଶିକ୍ଷକକୁ ଗିରଫ କରିଛି ପୋଲିସ। ପୀଡ଼ିତା ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି।

ସୂଚନା ଅନୁସାରେ, ରମପୁରବା ଅଞ୍ଚଳର ୧୫ ବର୍ଷୀୟା ନାବାଳିକା ଦଶମ ଶ୍ରେଣୀରେ ପଢ଼ନ୍ତି। ଘରକୁ ପଢ଼ାଇବାକୁ ଆସୁଥିବା ଟ୍ୟୁସନ୍ ଶିକ୍ଷକ ପ୍ରଦୀପ କୁମାର ପୁତ୍ର ଛାତ୍ରୀଙ୍କୁ ଡରାଇ ଧମକାଇ ଦୁଷ୍କର୍ମ କରୁଥିଲା। ଯଦି ଏହା ବିଷୟରେ କାହାକୁ କହିବେ, ତେବେ ପରିଣାମ ଭୋଗିବାକୁ ହେବ ବୋଲି ଧମକ ଦେଉଥିଲା ପ୍ରଦୀପ। ଏପରି ପ୍ରାୟ ବର୍ଷେ ଚାଲିବା ପରେ ମାର୍ଚ୍ଚ ୫ ତାରିଖରେ ଛାତ୍ରୀଙ୍କ ସହ ଖରାପ ବ୍ୟବହାର କରୁଥିବା ବେଳେ ପରିବାର ଲୋକେ ଦେଖିବାକୁ ପାଇଥିଲେ।

ଏହାକୁ ନେଇ ଛାତ୍ରୀଙ୍କୁ ତାଙ୍କ ବାପା ପଚାରିଥିଲେ। ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ଝିଅ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ଥାନାରେ ପହଞ୍ଚିଥିଲେ ପୀଡ଼ିତାଙ୍କ ବାପା। ପୋଲିସ ଅଭିଯୁକ୍ତ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରି ଛାତ୍ରୀଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.