ରିଲିଜ ହେଲା ନେହା କକ୍କରଙ୍କ ନୂଆ ଗୀତ ‘ମରଜାନେୟା’, ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ରୁବିନା ଓ ଅଭିନବ

ନେହା କକ୍କରଙ୍କ ନୂଆ ଗୀତ ‘ମରଜାନେୟା’ ୟୁଟ୍ଯୁବରେ ରିଲିଜ ହୋଇଛି। ଏହି ଗୀତରେ ବିଗବସ୍-୧୪ ବିଜେତା ରୁବିନା ଦିଲୈକ ଏବଂ ଅଭିନବ ଶୁକ୍ଲା ନଜର ଆସିଛନ୍ତି। ଏହା ପୂର୍ବରୁ ବିଗବସ୍-୧୪ର ପ୍ରତିଯୋଗୀ ଅଲୀ ଗୋନୀ ଏବଂ ଜସ୍ମିନ ଭାସିନଙ୍କ ନୂଆ ଗୀତ ରିଲିଜ ହୋଇଥିଲା। ଯେଉଁଥିରେ ଟୋନି କକ୍କର ନଜର ଆସିଥିଲେ। ନେହାଙ୍କ ଏହି ଗୀତକୁ ମଧ୍ୟ ଭଲ ରେସପନ୍ସ ମିଳିଛି।

ଗୀତର ମ୍ୟୁଜିକ ରଜତ ନାଗପାଲ ଦେଇଥିବାବେଳେ ବବ୍ବୁ ଗୀତର ଲିରିକ୍ସ ଲେଖିଛନ୍ତି। ଅନଶୁଲ ଗର୍ଗ ଏହାର ପ୍ରଡ୍ୟୁସର ଅଟନ୍ତି। ଏହାକୁ ଦେଶୀ ମ୍ୟୁଜିକ ଫ୍ୟାକ୍ଟ୍ରି ନାଁର ଏକ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ କରାଯାଇଛି। ବିଗବସ୍ରୁ ଜିତିବା ପରେ ରୁବିନା ଏବଂ ଅଭିନବଙ୍କ ସହିତ ଏହା ପ୍ରଥମ ପ୍ରୋଜେକ୍ଟ ଅଟେ। ଏହି ଗୀତ ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ୟୁଟ୍ଯୁବରେ ୩ ଲକ୍ଷ ୭୯ ହଜାରରୁ ଅଧିକ ଭ୍ଯୁ ମିଳିଛି।

ଏହି ଭରତରେ ଅଭିନବ ପତ୍ନୀ ରୁବିନାଙ୍କ ନଖରାମି ସମ୍ଭାଳୁଥିବା ନଜର ଆସିଛନ୍ତି। ଏହି ଗୀତର ପୋଷ୍ଟର ପ୍ରଥମେ ୯ ମାର୍ଚ୍ଚରେ ସେୟାର କରାଯାଇଥିଲା।

video courtesy:  Desi Music Factory

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.