କରୋନା ରୋଗୀ ଅନୁଭବ କରିବେ ନାହିଁ ଏକୁଟିଆପଣ, ନର୍ସ ବାହାର କଲେ ବଢ଼ିଆ ଉପାୟ, ଦେଖନ୍ତୁ ଫଟୋ

ସାରା ବିଶ୍ୱ ଏବେ ବି କରୋନା ମହାମାରୀ ସହ ଜୁଝି ହେଉଛି। ଏହାରି ଭିତରେ ବ୍ରାଜିଲ୍‌ରୁ ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ କୋଭିଡ୍‌ ପଜିଟିଭ ଥିବା ଜଣେ ରୋଗୀ ଯେପରି କୌଣସି ବି ପରିସ୍ଥିତିରେ ଏକୁଟିଆପଣ ଅନୁଭବ ନ କରିବେ, ସେଥିପାଇଁ ଜଣେ ନର୍ସ ଏକ ବଢ଼ିଆ ଉପାୟ ବାହାର କରିଛନ୍ତି, ଯାହାକୁ ନେଇ ବିଶ୍ୱ ତାଙ୍କୁ ପ୍ରଶଂସା କରୁଛି।

ନର୍ସ ଜଣକ ଦୁଇଟି ଗ୍ଲୋଭ୍‌ସ ନେଇ ପରସ୍ପର ସହ ବାନ୍ଧିଥିଲେ ଏବଂ ସେଥିରେ ହାଲୁକା ଗରମ ପାଣି ଭର୍ତ୍ତି କରିଥିଲେ। ଏହାପରେ ତାହାକୁ ରୋଗୀଙ୍କ ହାତ ଉପରେ ରଖି ଦେଇଥିଲେ। ଏହା ସେହିଭଳି ଭାବେ ଥିଲା, ଯେପରି ଜଣେ ଛୁଇଁଲେ ଦେହକୁ ଉଷ୍ମତା ଅନୁଭବ ହୋଇଥାଏ। ଯେତେବେଳେ ନର୍ସ ଏହି ଉପାୟ ଆପଣାଇଥିଲେ, ତ ରୋଗୀଙ୍କୁ କେହି ଜଣେ ସ୍ପର୍ଶ କରିବାର ଅନୁଭବ ହୋଇଥିଲା।

ନର୍ସଙ୍କର ଏଭଳି ତରିକାକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସା କରାଯାଉଛି। ଏହାର ଏକ ଫଟୋକୁ ସାଦିକ୍‌ ସମୀର ନାମକ ଟ୍ଵିଟର ଆକାଉଣ୍ଟରୁ ଟ୍ଵିଟ୍‌ କରାଯାଇଛି, ଯାହାକୁ ଏ ପର୍ଯ୍ୟନ୍ତ ୧୨୦୦ ଲୋକ ରିଟ୍ଵିଟ୍‌ କରିସାରିଲେଣି। ସାଦିକ୍‌ କହିଛନ୍ତି, କରୋନା ସହ ଜୁଝି ହେଉଥିବା ବିଶ୍ୱର ହୃଦୟ ବିଦାରକ ଦୃଶ୍ୟକୁ ଏହି ଫଟୋ ଦର୍ଶାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.