ମଲାଇକା ଏବଂ ଅର୍ଜୁନ କ’ଣ ଲୁଚାଛପା ଭାବେ ନିର୍ବନ୍ଧ କରିଲେ କି ? ହୀରା ମୁଦି ଦେଖି ଫ୍ଯାନ ଦେଉଛନ୍ତି ଶୁଭେଚ୍ଛା

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ଯୋଡି ମୋଷ୍ଟ ରୋମାଣ୍ଟିକ କପଲ୍ ମଧ୍ୟରେ ଅନ୍ଯତମ। ଦୁହେଁ ପରସ୍ପରକୁ ଅନେକ ଦିନରୁ ଡେଟ୍ କରୁଛନ୍ତି। ଖୁବଶୀଘ୍ର ଦୁହେଁ ବିବାହ କରିବେ ବୋଲି ଖବର ଶୁଣିବାକୁ ମିଳୁଛି। ଫ୍ଯାନ ମଧ୍ୟ ଖୁବଶୀଘ୍ର ଏମାନଙ୍କ ବିବାହ ଖବର ଶୁଣିବାକୁ ଚାହିଁ ରହିଛନ୍ତି। ଏହା ମଧ୍ୟରେ ମଲାଇକା ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଫ୍ଯାନ ନିର୍ବନ୍ଧ ଶୁଭେଚ୍ଛା ଜଣାଉଛନ୍ତି।

ମଲାଇକା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଆଙ୍ଗୁଠିରେ ଏକ ହୀରାର ମୁଦି ପିନ୍ଧିଥିବା ନଜର ଆସିଛନ୍ତି। ଏମିତି ମଲାଇକା ପୋଜ ଦେଇଛନ୍ତି, ଯେଉଁଥିରେ ଅର୍ଜୁନଙ୍କ ସହିତ ତାଙ୍କର ନିର୍ବନ୍ଧ ହୋଇଥିବା ଫ୍ଯାନ ଆକଳନ କରୁଛନ୍ତି।

 

View this post on Instagram

 

A post shared by Malaika Arora (@malaikaaroraofficial)


ଏହି ଫଟୋ ଦେଖି ଫ୍ଯାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଛି। ଆରମ୍ଭରୁ କିଛି ଲୋକ କମେଣ୍ଟ ଦେଇଥିବା ବେଳେ ଆଉ କେତେକ ପ୍ରଶ୍ନ ପଚାରୁଛନ୍ତି। ଆଉ କିଛି ଜଣ ମଲାଇକାଙ୍କୁ ଶୁଭକାମନା ଜଣାଉଛନ୍ତି। କିନ୍ତୁ ଅର୍ଜୁନ ଏବଂ ମଲାଇକାଙ୍କ ବିବାହ ଖବର କେବେ ମିଳୁଛି, ତାହା ପାଇଁ କିଛି ଦିନ ଆଉ ଅପେକ୍ଷା କରିବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.