କଟକ: କଟକ ନିଆଳିରେ ପୁଣି ମେଣ୍ଢା ମୃତ୍ୟୁ। ଗୋଟିଏ ମାସ ମଧ୍ୟରେ ଚତୁର୍ଥ ଥର ପାଇଁ ମେଣ୍ଢା ମୃତ୍ୟୁ। ମାସକରେ ଗଲାଣି ୨୨ ମେଣ୍ଢାଙ୍କ ଜୀବନ । ତେବେ ଗତକାଲି ବିଳମ୍ବିତ ରାତିରେ ନିଆଳି ବ୍ଲକ ବାଘମାର ଗାଁର ଶରତ ଚନ୍ଦ୍ର କାଠୁଆଙ୍କ ଗୁହାଳରେ ୬ଟି ମେଣ୍ଢା ମରି କି ପଡ଼ିଥିବା ଦେଖିବାକୁ ମିଳିଥିଲା। ସେହିପରି ଆଉ ୩ଟି ଆହତ ହୋଇଛନ୍ତି। ମେଣ୍ଢାଙ୍କ ବେକ ଓ ପେଟରେ ଗଭୀର ଆଘାତ ଲାଗିଛି। ଖବର ପାଇ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ଅଜଣା ଜନ୍ତୁକୁ ଧରିବାରେ ବନ ବିଭାଗ ବିଫଳ ହୋଇଥିବା ବେଳେ ଏମିତି ମେଣ୍ଢା ମରୁଥିବାରୁ ଚାଷୀଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି ।