ରିଲିଜ ହେଲା ମନୋଜ ବାଜପେୟୀଙ୍କ ବହୁ ପ୍ରତିକ୍ଷୀତ ସିରିଜ ”The Family Man 2” ର ଟ୍ରେଲର

ମନୋଜ ବାଜପେୟୀଙ୍କ ବହୁ ପ୍ରତିକ୍ଷୀତ ୱେବ ସିରିଜ ‘ ଦ ଫ୍ଯାମିଲ ମ୍ଯାନ୍ ୨୩ର ଟ୍ରେଲର ରିଲିଜ ହୋଇଛି। ଅନେକ ଦିନରୁ ଫ୍ଯାନ ଏହି ଟ୍ରେଲରକୁ ଅପେକ୍ଷା କରି ରହିଥିଲେ। ସୋସିଆଲ ମିଡିରେ ଖୁବ ଜୋରରେ ଏହି ଭିଡିଓ ଭାଇରଲ ହେଉଛି। ଏଥିରେ ପୁଣି ଥରେ ମନୋଜ ବାଜପେୟୀଙ୍କ ଆକ୍ଟିଂ ଦେଖିବାକୁ ମିଳିବ।

‘ ଦ ଫ୍ଯାମିଲ ମ୍ଯାନ ୨’ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମରେ ଷ୍ଟ୍ରିମିଂ ହେବ। ସିରିଜର ପ୍ରଥମ ସିରିଜ ରିଲିଜ ପରେ ସମସ୍ତେ ଦ୍ବିତୀୟ ସିରିଜକୁ ଚାହିଁ ରହିଥିଲେ।

ସୂଚନାଯୋଗ୍ଯ, ପୂର୍ବରୁ ମେକର୍ସ ଫେବ୍ରୁଆରୀରେ ୱେବ ସିରିଜକୁ ଷ୍ଟ୍ରିମଂ ନ ହେବାରୁ ଦୁଃଖ ପ୍ରକାଶ କରିଥିଲେ। ଏହି ସିରିଜରେ ସାମନ୍ଥା ଆକିନେନୀ ଡିଜିଟାଲ ଡେବ୍ଯୁ କରିଥିଲେ। ଏଥିରେ ରଜୀ ନାମକ ମହିଳା ଭୂମିକାରେ ନଜର ଆସିଥିଲେ ସାମନ୍ଥା। ମନୋଜ ଏବଂ ସାମନ୍ଥାଙ୍କ ବ୍ଯତୀତ ଏଥିରେ ସୀମା ବିଶ୍ବାସ, ସନୀ ହିନ୍ଦୁଜା, ଦର୍ଶନ କୁମାର, ଶ୍ରେୟା ଧନନ୍ତରୀ, ମେମେ ଗୁପ୍ତା ଏବଂ ଏନ ଅଲଗପେରୁମଲ ମୁଖ୍ଯ ଭୂମିକାରେ ରହିଥିଲେ।

video courtesy: Amazon Prime Video India

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.