ଭୁବନେଶ୍ୱର (କେନ୍ୟୁଜ୍) : ଲକ୍ଡାଉନ୍ ୨.୦ରେ ବନ୍ଦ ରହିବ ମୋ ବସ୍ ସେବା। ପରବର୍ତ୍ତୀ ନୋଟିସ୍ ନ ଆସିବା ପର୍ଯ୍ୟନ୍ତ ବସ୍ ସେବା ବନ୍ଦ ରହିବ। କେବଳ ରେଲୱେ ଷ୍ଟେସନ ଓ ଏୟାରପୋର୍ଟରୁ ମୋ ବସ୍ ସେବା ଜାରି ରହିବ। ଯାତ୍ରୀମାନେ ଭୁବନେଶ୍ୱର ରେଳ ଷ୍ଟେସନରୁ କଟକ ଓ ଖୋର୍ଦ୍ଧା ଯାଇପାରିବେ। କ୍ରୁଟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।