ଏସବୁ ଭୁଲ ଯୋଗୁ କରୋନାର ମାମୁଲି ସଂକ୍ରମଣ ବି ହୋଇଯାଏ ବିପଜ୍ଜନକ, ଆଦୌ ଅଣଦେଖା କରନ୍ତୁନି

କରୋନା ସଂକ୍ରମଣ ବିଷୟରେ ଶୀଘ୍ର ଜାଣିପାରିବା ଓ ଠିକ ସମୟରେ ହିଁ ଚିକିତ୍ସା କରିବା ଅତ୍ୟନ୍ତ ଆବଶ୍ୟକ।ବେଳେବେଳେ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ମାମଲା ଗମ୍ଭୀର ହୋଇଯାଏ। ଟିକେ ଅବହେଳା କଲେ ଲକ୍ଷଣ ଅଧିକ ସାଂଘାତିକ ହୋଇଯାଏ। ଏଣୁ କରୋନା ଲକ୍ଷଣ ଉପରେ ସବୁବେଳେ ନଜର ରଖିବା ଉଚିତ।

ଏକ୍ସପର୍ଟଙ୍କ କହିବାନୁସାରେ, କରୋନା ଲକ୍ଷଣକୁ ଅଣଦେଖା କଲେ ରୋଗ ଅଧିକ ବଢ଼ିଯାଏ। ଏହାର ବଡ଼ ପରିଣାମ ଭୋଗ କରିବାକୁ ପଡ଼ିପାରେ। କରୋନା ଲକ୍ଷଣ ପ୍ରକାଶ ପାଉଥିଲେ ଭାଇରାଲ ଭାବି ଅଣଦେଖା କରନ୍ତୁ ନାହିଁ। ତୁରନ୍ତ ନିଜ ଟେଷ୍ଟ କରାନ୍ତୁ ଓ ଚିକିତ୍ସା କରାନ୍ତୁ।

ଶରୀରରେ ଯେକୌଣସି ଅସ୍ୱାଭାବିକ ଲକ୍ଷଣ ପ୍ରକାଶ ପାଇଲେ, ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। କାରଣ କରୋନା ଏକ ଏଭଳି ସାଂଘାତିକ ରୋଗ ଯାହା ବିନା କୌଣସି ସୂଚନାରେ ସଂକ୍ରମିତ କରିଥାଏ। ଟିକେ ଅବହେଳା ରୋଗୀର ଜୀବନ ପ୍ରତି ମଧ୍ୟ ବିପଦ ଆଣିଥାଏ। ଏଣୁ ଶରୀରରେ ପରିବର୍ତ୍ତନ ହେଲେ ତୁରନ୍ତ କରୋନା ଟେଷ୍ଟ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.