କରୋନାରୁ ରକ୍ଷା ପାଇବା ପାଇଁ ସାଧୁ ପିନ୍ଧିଲେ ତୁଳସୀ ଓ ନିମ୍ବ ପତ୍ରର ମାସ୍କ, ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ : କରୋନା ପାଇଁ ମାସ୍କ ପିନ୍ଧିବା ଜରୁରୀ । କରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବହୁତ ସହାୟକ ହୋଇଥାଏ । ଲୋକେ କରୋନା ପାଇଁ ବିଭିନ୍ନ ପ୍ରକାର ମାସ୍କ ବ୍ୟବହାର କରୁଛନ୍ତି । ହେଲେ ଜଣେ ସାଧୁଙ୍କ ମାସ୍କ ପିନ୍ଧିବା ତରିକା ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ସାଧୁଙ୍କ ଏହି ମାସ୍କ ପିନ୍ଧା ଭିଡିଓ ଏବେ ଭାଇରାଲ ମଧ୍ୟ ହୋଇଛି ।
ଏହି ସାଧୁ ଜଣକ ପିନ୍ଧିଥିବା ମାସ୍କ କିନ୍ତୁ ଭିନ୍ନ ଧରଣର । ଏହା କୌଣସି କପଡ଼ାରେ ନୁହେଁ । ସାଧୁ ତୁଳସୀ ଓ ନିମ୍ବ ପତ୍ରରେ ତିଆରି କରିଛନ୍ତି ଏହି ମାସ୍କଟିକୁ । ସାଧୁ ଏହି ମାସ୍କଟିକୁ ପିନ୍ଧି ସବୁଠି ବୁଲୁଥିବାର ଦେଖାଯାଇଛି ।
Not sure this #MASK WILL HELP.
जुगाड़☺️☺️
Still #मजबूरी_का_नाम_महात्मा_गांधी#NECESSITY_is_the_mother_of_JUGAAD #Mask And Medicine😂🤣😷😷😷 pic.twitter.com/uHcHPIBy9D— Rupin Sharma IPS (@rupin1992) May 22, 2021
ଏହି ଭିଡ଼ିଓଟି ସୀତାପୁର ବସ୍ ଷ୍ଟାଣ୍ଡ ନିକଟରେ କରାଯାଇଛି । ଏଠାରେ ସାଧୁ ବାବା ଜଣକ ଏକ ହର୍ବାଲ ମାସ୍କ ପିନ୍ଧିଥିବା ନଜର ଆସିଥିଲେ । ସେ ତାଙ୍କ ମାସ୍କରେ ନିମ୍ବ ଓ ତୁଳସୀର ପତ୍ର ଲଗାଇ ଥିବା ଦେଖାଯାଇଥିଲା । ସାଧୁଙ୍କୁ ଯେତେବେଳେ ଏପରି ମାସ୍କ ପିନ୍ଧିବା ବିଷୟରେ ପଚରାଗଲା । ସେ ତୁଳସୀ ଓ ନିମ୍ବର ଔଷଧୀୟ ଗୁଣ ସମ୍ପର୍କରେ ବଖାଣି ବସିଲେ ।
ଏହି ମାସ୍କ ତାଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବ ବୋଲି ସେ କହିଥିଲେ । ସାଧୁ ବାବାଙ୍କ ଏହି ମାସ୍କ କରୋନାରୁ ତାଙ୍କୁ କେତେ ରକ୍ଷା କରିବ କି ନାହିଁ ସେ କଥା ପରେ ଜଣାପଡ଼ିବ । ହେଲେ ସାଧୁଙ୍କ ଏହି ମାସ୍କ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।