ସାମ୍ନାକୁ ଆସିଲା ‘ ଦ ଫ୍ଯାମିଲ ମ୍ଯାନ ‘ର ନୂଆ ପ୍ରମୋ ଭିଡିଓ, ଦେଖିବାକୁ ମିଳିଲା ମନୋଜଙ୍କ ଅଲଗା ଅନ୍ଦାଜ

ମନୋଜ ବାଜପେୟୀଙ୍କ ବହୁ ପ୍ରତିକ୍ଷୀତ ୱେବ ସିରିଜ ‘ ଦ ଫ୍ଯାମିଲ ମ୍ଯାନ୍ ୨’ର ନୂଆ ପ୍ରମୋ ଭିଡିଓ ରିଲିଜ ହୋଇଛି। ଅନେକ ଦିନରୁ ଫ୍ଯାନ ଏହି ଟ୍ରେଲରକୁ ଅପେକ୍ଷା କରି ରହିଥିଲେ। ଭିଡିଓରେ ମନୋଜ ବାଜପେୟୀ ଓରଫ ଶ୍ରୀକାନ୍ତ ତିୱାରୀ ଡେସ୍କ ଜବରେ ‘ମିନିମମ ମ୍ଯାନ’ ରୂପେ ଦେଖିବାକୁ ମିଳିଛନ୍ତି। ଯାହା ପ୍ରଥମ ସିଜିନର ଲୁକ୍ ଠାରୁ ସଂପୂର୍ଣ୍ଣ ଅଲଗା। ସୋସିଆଲ ମିଡିରେ ଖୁବ ଜୋରରେ ଏହି ଭିଡିଓ ଭାଇରଲ ହେଉଛି। ଏଥିରେ ପୁଣି ଥରେ ମନୋଜ ବାଜପେୟୀଙ୍କ ଜବରଦସ୍ତ ଆକ୍ଟିଂ ଦେଖିବାକୁ ମିଳିବ।

‘ ଦ ଫ୍ଯାମିଲ ମ୍ଯାନ ୨’ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମରେ ଷ୍ଟ୍ରିମିଂ ହେବ। ସିରିଜର ପ୍ରଥମ ସିରିଜ ରିଲିଜ ପରେ ସମସ୍ତେ ଦ୍ବିତୀୟ ସିରିଜକୁ ଚାହିଁ ରହିଥିଲେ। ପୂର୍ବରୁ ଏହାର ଟ୍ରେଲରକୁ ଦର୍ଶକେ ବେଶ ପସନ୍ଦ କରିଥିଲେ।

ସୂଚନାଯୋଗ୍ଯ, ପୂର୍ବରୁ ମେକର୍ସ ଫେବ୍ରୁଆରୀରେ ୱେବ ସିରିଜକୁ ଷ୍ଟ୍ରିମଂ ନ ହେବାରୁ ଦୁଃଖ ପ୍ରକାଶ କରିଥିଲେ। ଏହି ସିରିଜରେ ସାମନ୍ଥା ଆକିନେନୀ ଡିଜିଟାଲ ଡେବ୍ଯୁ କରିଥିଲେ। ଏଥିରେ ରଜୀ ନାମକ ମହିଳା ଭୂମିକାରେ ନଜର ଆସିଥିଲେ ସାମନ୍ଥା। ମନୋଜ ଏବଂ ସାମନ୍ଥାଙ୍କ ବ୍ଯତୀତ ଏଥିରେ ସୀମା ବିଶ୍ବାସ, ସନୀ ହିନ୍ଦୁଜା, ଦର୍ଶନ କୁମାର, ଶ୍ରେୟା ଧନନ୍ତରୀ, ମେମେ ଗୁପ୍ତା ଏବଂ ଏନ ଅଲଗପେରୁମଲ ମୁଖ୍ଯ ଭୂମିକାରେ ରହିଥିଲେ। ଏହାକୁ ରାମ ଏବଂ ଡିକେ ପ୍ରଯୋଜନା ଦେଉଛନ୍ତି।

video courtesy:  Amazon Prime Video India

Leave A Reply

Your email address will not be published.