ବିମାନରେ କପଲ କଲେ ଅଶ୍ଳୀଳ କାମ, ଶେଷରେ ଏୟାର ହୋଷ୍ଟେସ୍‌ଙ୍କୁ ଘୋଡ଼ାଇବାକୁ ପଡ଼ିଲା କମ୍ବଳ

ବିମାନରେ ଏକ କପଲ ରୋମାନ୍ସ କରିବାରେ ଏତେ ମଜ୍ଜି ଗଲେ ଯେ ଶେଷରେ ଏୟାର ହୋଷ୍ଟେସ୍‌ଙ୍କୁ ଘୋଡ଼ାଇବାକୁ ପଡ଼ିଲା କମ୍ବଳ। ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ। ଏଠାରେ ଏକ ଫ୍ଲାଇଟରେ କପଲଙ୍କ ରୋମାନ୍ସ ଓ କିସିଂ ବିବାଦ ସୃଷ୍ଟି କରିଛି। କରାଚିରୁ ଇସଲାମାବାଦ ଯାଉଥିବା ଫ୍ଲାଇଟ ପିଏ-୨୦୦ ବିମାନରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।

ରିପୋର୍ଟ ମୁତାବକ, ବିମାନର ଚତୁର୍ଥ ଧାଡ଼ିରେ ବସିଥିବା କପଲ ଅଚାନକ ପରସ୍ପରକୁ କିସ୍ କରିବାକୁ ଲାଗିଥିଲେ। ଫଳରେ ପାଖରେ ଥିବା ଯାତ୍ରୀମାନେ ଅସହଜ ହୋଇପଡ଼ିଥିଲେ। ଏନେଇ ସେମାନେ ବାରଣ ବି କରିଥିଲେ। କିନ୍ତୁ ଉକ୍ତ କପଲ କହିଥିଲେ, ଆମେ ଆମର କିସ୍ କଲୁ, ତୁମର କଣ ଗଲା? ପରେ ଅନ୍ୟ ଯାତ୍ରୀମାନେ ଏନେଇ ବିମାନ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। ଏନେଇ କପଲଙ୍କ ବିରୋଧରେ ମାମଲା ବି ରୁଜୁ ହୋଇଛି।

ଶେଷରେ ଉକ୍ତ କପଲ କାହା କଥା ନ ଶୁଣିବାରୁ ବିମାନ ପରିଚାରିକା ତାଙ୍କୁ କମ୍ବଳରେ ଘୋଡ଼ାଇ ଦେଇଥିଲେ। ସୂଚନାଯୋଗ୍ୟ ଯେ ଏହି ମାମଲା ପ୍ରଥମ ନୁହେଁ। ପୂର୍ବରୁ ମଧ୍ୟ ଇସଲାମାବାଦର ସିଟି ସେଣ୍ଟରରେ ଏକ କପଲ ପରସ୍ପରକୁ କିସ୍ କରୁଥିବା ଅଭିଯୋଗ ହୋଇଥିଲା। ଅବଶ୍ୟ ପରେ ସେମାନେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.