କୋଭିଡ ଟିକାକରଣ କେନ୍ଦ୍ର ଅପରିଷ୍କାର ହୋଇଥିବା ଦେଖି ନିଜେ ପୋଛିବାକୁ ଲାଗିଲେ କନେଷ୍ଟବଳ, ଭାଇରାଲ ହେଉଛି ଫଟୋ

ବର୍ତ୍ତମାନ କରୋନା ସମୟରେ ସ୍ୱାସ୍ଥ୍ୟ କର୍ମୀଙ୍କଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ସମସ୍ତେ ଜନତାଙ୍କ ସେବା କରିବାରେ ଲାଗି ପଡ଼ିଛନ୍ତି। ନିଜ ନିଜ ସାମର୍ଥ୍ୟ ଅନୁସାରେ ସମସ୍ତେ ଲୋକଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଫାଜିଲପୁର ଗାଁରେ। ଏଠାରେ ଜଣେ ପୋଲିସ କର୍ମୀ ଟିକାକେନ୍ଦ୍ରରେ ପୋଛା ଲଗାଉଥିବା ଦେଖିବାକୁ ମିଳିଛି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସ୍ୱାସ୍ଥ୍ୟ କେନ୍ଦ୍ର ପୋଛୁଥିବା ଏହି ପୋଲିସ କନେଷ୍ଟବଳ ହେଉଛନ୍ତି ବିନୋଦ କୁମାର। ସେ ଫାଜିଲପୁରର ଟିକାକରଣ କେନ୍ଦ୍ରରେ ଡ୍ୟୁଟିରେ ଅଛନ୍ତି। ରବିବାର ଦିନ ସେ କେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ମଇଳା ହୋଇଥିବା ଦେଖିଥିଲେ। ଏଣୁ ନିଜେ ହାତରେ ଝାଡୁ ଧରି ସଫା କରିବା ପରେ ପୋଛା ଧରି ପୋଛିବାକୁ ଲାଗିଥିଲେ। ଫଳରେ ଲୋକମାନେ ଟିକା ନେବାକୁ ଆସିବାକୁ ସଙ୍କୋଚ କରିବେ ନାହିଁ।

police
Image credit: india.com

ବିନୋଦଙ୍କ ଟିକାକେନ୍ଦ୍ର ପୋଛୁଥିବା ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ତାଙ୍କର ଏହି ମାନବିକତା ଦେଖି ବରିଷ୍ଠ ଅଧିକାରୀମାନେ ମଧ୍ୟ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.