ନିଜର ପ୍ରଥମ ଅଡିସନ ଦେଖି ଅକ୍ଷୟ କୁମାର ବି ରୋକି ପାରିନଥିଲେ ହସ, ଦେଖନ୍ତୁ ଭିଡିଓ

ବଲିଉଡକୁ ଭଲ ପାଉଥିବା ଲୋକମାନେ ଅକ୍ଷୟ କୁମାରଙ୍କୁ ମଧ୍ୟ ଖୁବ ପସନ୍ଦ କରିଥାନ୍ତି। ଖାସ୍ କରି ତାଙ୍କ ଷ୍ଟଣ୍ଟକୁ ସମସ୍ତେ ପସନ୍ଦ କରିଥାନ୍ତି। ତେବେ ନିକଟରେ ଅକ୍ଷୟ କୁମାର ନିଜର ପ୍ରଥମ ସ୍କ୍ରିନ ଟେଷ୍ଟର ଅନୁଭୂତି ଫ୍ୟାନଙ୍କ ସହ ସେୟାର କରିଛନ୍ତି। ଏହି ଅନୁଭୂତି ସେୟାର କରିବା ବେଳେ ସେ ନିଜେ ବି ହସିଥିବା କହିଛନ୍ତି।

ଦେଖନ୍ତୁ ଭିଡିଓ:


ଭିଡିଓରେ ଅକ୍ଷୟ କୁମାର ଫାରୁକ ଶେଖଙ୍କ ଶୋ’ ‘ଜିନା ଇସିକା ନାମ ହେ’ରେ ନିଜର ପ୍ରଥମ ସ୍କ୍ରିନ ଟେଷ୍ଟ ବିଷୟରେ କଥା ହେଉଥିବା ଦେଖାଯାଇଛି। ଏହି ଶୋରେ ଫାରୁକ ଅକ୍ଷୟଙ୍କୁ ଏକ ଭିଡିଓ ଦେଖାଉଛନ୍ତି। ଏହି ଭିଡିଓଟି ଅକ୍ଷୟଙ୍କ ପ୍ରଥନ ସ୍କ୍ରିନ ଟେଷ୍ଟ ବେଳର। ଭିଡିଓ ଦେଖି ନିଜେ ଅକ୍ଷୟ କୁମାର ବି ଲାଜରେ ନାଲି ପଡ଼ିଯାଉଥିବା ଦେଖାଯାଇଛି।

ଅକ୍ଷୟଙ୍କର ଏହି ଭିଡିଓକୁ ଖିଲାଡି ଆର୍ଯ୍ୟନ ଆକାଉଣ୍ଟରୁ ଟ୍ୱିଟରରେ ସେୟାର କରାଯାଇଛି। ଏବେ ଯାଏଁ ଏହି ଭିଡିଓକୁ ଅଢେଇ ହଜାରରୁ ଊର୍ଦ୍ଧ୍ଵ ଲୋକ ଦେଖି ସାରିଲେଣି। ତେବେ ସମସ୍ତେ ଭିଡିଓ ଦେଖି ଅକ୍ଷୟଙ୍କୁ ପ୍ରଶଂସା କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.