ମହାରାଷ୍ଟ୍ର ଥାନେରେ ଅଘଟଣ: କୋଠାରୁ ସ୍ଲାବ୍ ଭୁଶୁଡ଼ି ୭ମୃତ

ଥାନେ: ମହାରାଷ୍ଟ୍ରର ଥାନେରେ ଅଘଟଣ । ଏକ କୋଠାରୁ ସ୍ଲାବ୍ ଭୁଶୁଡ଼ି ପଡିବାକୁ ୭ଜଣଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଥାନେ ଜିଲ୍ଲାର ଉଲ୍ଲାସନଗରରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ରାତି ପାଖାପାଖି ୯ଟା ସମୟରେ ହଠାତ୍ କେଠାଟିର ସ୍ଲାବ୍ ଭୁଶୁଡିବାକୁ ଲାଗିଥିଲା। ପ୍ରାଣ ବିକଳରେ ସେଠାରେ ଉପସ୍ଥିତ ଥିବା ଲୋକ ଦୌଡ଼ିବାକୁ ଲାଗିଥିଲେ।

ଏନେଇ ତୁରନ୍ତ ଦମକଳ ବିଭାଗକୁ ଖବର ଦିଆଯାଇଥିଲା । ଏହାସହିତ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଆସି ଘଟଣାସ୍ଥଳରେ ପହଞ୍ଚି କୋଠା ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାରକାରୀ ଟିମ୍ ସହାୟତାରେ ଉଦ୍ଧାର କରିଥିଲେ। ଯାହା ସୂଚନା ମିଳିଛି ଏଯାଏ ପାଖାପାଖି ୭ଜଣଙ୍କର ମୃତ ଶରୀର ଉଦ୍ଧାର କରାଯାଇଥିବାବେଳେ, ଆହୁରୀ ଅନେକ ଲୋକ ଫସି ହୋଇ ରହିଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.