BCCI ର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ, IPL ର ଭବିଷ୍ୟତକୁ ନେଇ ହୋଇପାରେ ନିଷ୍ପତ୍ତି

ଆଇପିଏଲର ଭବିଷ୍ୟତକୁ ନେଇ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ହିଁ ସ୍ଥିର ହେବ ଆଗକୁ ଆଉ ଆଇପିଏଲ ହେବ କି ନାହିଁ। ଯଦି ହେବ ତେବେ କେଉଁଠାରେ ହେବ। ଏ ନେଇ ସମସ୍ତ ଆଲୋଚନା ଆଜି ଅନଲାଇନରେ ହେବାକୁ ଥିବା BCCIର ବୈଠକରେ ହେବ।

ଶନିବାର SGM ବୈଠକରେ ବାକି ଥିବା ଆଇପିଏଲର ମ୍ୟାଚ୍ ୧୫ ସେପ୍ଟେମ୍ବରରୁ ୧୫ ଅକ୍ଟୋବର ମଧ୍ୟରେ ୟୁଏଇରେ କରିବା ନେଇ ନିଷ୍ପତ୍ତି ହୋଇପାରେ। କରୋନା ମହାମାରୀର ଭୟବହତାକୁ ନଜରରେ ରଖି ବୈଠକରେ ଆଜେଣ୍ଡା ପ୍ରସ୍ତୁତ କରାଯିବ।

ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଶନିବାର ମୁମ୍ବାଇରୁ ହିଁ ବୈଠକରେ ଅଧ୍ୟକ୍ଷତା କରିବେ। ତେବେ ଆଇପିଏଲ ସମ୍ପୂର୍ଣ୍ଣ ବନ୍ଦ ହେବାର ଆଶଙ୍କା କମ୍ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଭାରତରେ ନ ହେଲେ ବି ଅନ୍ୟ କୌଣସି ଦେଶରେ ଆଇପିଏଲର ବାକି ମ୍ୟାଚ୍ କରିବାକୁ BCCI ଚିନ୍ତା କରୁଛି ବୋଲି ଅଧିକାରୀ ଜଣକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.