ଗ୍ରୀନ୍ କାର୍ଡ : ସବୁ ଦେଶ ପାଇଁ ୭ ପ୍ରତିଶତ ସୀମା ହେବ ଶେଷ, ଭାରତୀୟଙ୍କ ପାଇଁ ହେବ ବିଶେଷ ସୁବିଧା
ଗ୍ରୀନ୍ କାର୍ଡର ସାତ ପ୍ରତିଶତ ସୀମା ଶେଷ କରିବାକୁ ଏକ ବିଧେୟକ ଆମେରିକା ସିନେଟରେ ପାସ୍ ହୋଇଯାଇଛି । ଏଥିପାଇଁ ଉଭୟ ପକ୍ଷ ସିନେଟ୍ ମଧ୍ୟ ରାଜି ଅଛନ୍ତି । ଏହି ବିଧେୟକ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଗ୍ରୀନ୍ କାର୍ଡ କୋଟା ବୃଦ୍ଧି ପାଇବ ।
ଓ୍ଵାଶିଂଟନ : ଆମେରିକା ସବୁ ଦେଶ ପାଇଁ ନିର୍ଦ୍ଧାରଣ କରିଥିବା ୭ ପ୍ରତିଶତ ଗ୍ରୀନ୍ କାର୍ଡ ସୀମା ନିର୍ଦ୍ଧାରଣ ଖୁବ୍ ଶୀଘ୍ର ସମାପ୍ତ ହେବ । ଆମେରିକା ପ୍ରତିନିଧି ସଭାରେ ପକ୍ଷ ଓ ବିପକ୍ଷ ଦଳ ପକ୍ଷରୁ ପ୍ରତି ଦେଶକୁ ଦିଆଯାଉଥିବା ଗ୍ରୀନ୍ କାର୍ଡ ର ସୀମା ହଟାଇବା ପାଇଁ ଏକତ୍ର ଭାବେ ଏକ ବିଧେୟକ ପାସ୍ କରିଛନ୍ତି ।
କଂଗ୍ରେସ ସଦସ୍ୟ ଜିଏ ଲୋଫଗ୍ରୀନ୍ ଓ ଜନ୍ କୁର୍ଟିସ ଏହି ବିଧେୟକ ଉପସ୍ଥାପନ କରିଛନ୍ତି । ଏହା ଭାରତୀୟ ଆଇଟି ଚାକିରି ଆଶାୟୀଙ୍କ ପାଇଁ ବେଶ୍ ଲାଭଦାୟକ ହେବ । କାରଣ ଗ୍ରୀନ୍ କାର୍ଡ ପାଇଁ ଏମାନଙ୍କୁ ଦୀର୍ଘ ଦିନ ହେବ ଅପେକ୍ଷା କରିବାକୁ ପଡ଼ୁଥିଲା ।
ପ୍ରବାସୀଙ୍କୁ ସ୍ଥାୟୀ ବାସର ଅଧିକାର ଦେଇଥାଏ ଏହି କାର୍ଡ :
ସ୍ଥାୟୀ ନିବାସର କାର୍ଡ ସ୍ୱରୁପ ଆମେରିକାରେ ଗ୍ରୀନ୍ କାର୍ଡ ହେଉଛି ଏକ ପରିଚୟ ପତ୍ର । ଏହାଦ୍ୱାରା ଆମେରିକାରେ ସ୍ଥାୟୀ ଭାବରେ ରହିବାର ବିଶେଷ ଅଧିକାର ମିଳିବ । ଏହି ବଧେୟକ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଲେ ସାତ ପ୍ରତିଶତ ସୀମା ଶେଷ ହେବା ସହ ପରିବାର ପ୍ରାୟୋଜିତ ଭିସା ମଧ୍ୟ ୭ ପ୍ରତିଶତରୁ ୧୫ କୁ ବୃଦ୍ଧି ପାଇବ ।