ଜୁନ ୧୦ ରେ ସୂର୍ଯ୍ୟ ପରାଗ: ଏହି ରାଶି ଉପରେ ପଡ଼ିବ ଅଶୁଭ ପ୍ରଭାବ, ଏବେଠୁ ରୁହନ୍ତୁ ସାବଧାନ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ପଡୁଛି ଜୁନ ୧୦ ଗୁରୁବାର ଦିନ। ଏହି ଦିନ ସଧବାଙ୍କ ପର୍ବ ସାବିତ୍ରୀ ମଧ୍ୟ। ଜ୍ୟୋତିଷ ବିଜ୍ଞାନ ଅନୁସାରେ, ସୂର୍ଯ୍ୟ ପରାଗର ଶୁଭ ଓ ଅଶୁଭ ପ୍ରଭାବ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଚଳିତ ଥରର ସୂର୍ଯ୍ୟ ପରାଗ କେଉଁ ରାଶି ଉପରେ ଅଶୁଭ ପ୍ରଭାବ ପକାଇବ…

ବୃଷ: ଏଥରକ ବୃଷ ରାଶିରେ ପରାଗ ଲାଗିବାକୁ ଯାଉଛି। ଏଣୁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ିବ। ଏମାନେ ଖର୍ଚ୍ଚାନ୍ତ ଓ ଅସୁସ୍ଥ ହୋଇପାରନ୍ତି।

ମିଥୁନ: ଏହି ପରାଗ ମିଥୁନ ରାଶି ପାଇଁ ଆଦୌ ଶୁଭ ନୁହେଁ। ଏହି ରାଶିର ବ୍ୟକ୍ତିଙ୍କ ବ୍ୟବସାୟରେ କ୍ଷତି ହୋଇପାରେ। ଏଣୁ କାହା ସହ ନେଣ-ଦେଣ କରନ୍ତୁ ନାହିଁ।

ତୁଳା: ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ବହୁ ସମସ୍ୟା ନେଇ ଆସିବ। ଚାକିରି କିମ୍ବା ବେପାର ସମସ୍ୟାର ସମ୍ମୁଖୀନ ହେବେ। ଦାମ୍ପତ୍ୟ ଜୀବନ ଉପରେ ବି ଏହାର ପ୍ରଭାବ ପଡିବ।

ମକର: ଏହି ସୂର୍ଯ୍ୟ ପରାଗ ମକର ରାଶିର ଲୋକଙ୍କ ପାଇଁ ଅଶୁଭ ପ୍ରଭାବ ନେଇ ଆସୁଛି। ଏ ଅବସରରେ ସାବଧାନ ରୁହନ୍ତୁ। ଅସଫଳ ହୋଇପାରନ୍ତି।

Leave A Reply

Your email address will not be published.