ଘରେ ଲେମ୍ବୁ ରସରେ ଏପରି ବନାନ୍ତୁ ହୋମମେଡ୍‌ ଓ୍ଵାକ୍ସ, ଶରୀରର ଅନାବଶ୍ୟକ କେଶର ଗ୍ରୋଥ୍‌କୁ କମ୍‌ କରିବା ପାଇଁ ଏହି ଜିନିଷକୁ କରନ୍ତୁ ବ୍ୟବହାର

ଶରୀରର ଅନାବଶ୍ୟକ କେଶ ମହିଳାମାନଙ୍କ ପାଇଁ ବହୁତ ଚିନ୍ତାର କାରଣ ହୋଇଥାଏ। ଏହି କେଶଗୁଡ଼ିକୁ ହଟାଇବା ପାଇଁ ମହିଳାମାନଙ୍କୁ ପ୍ରତି ମାସରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ ବିନା ପଇସା ଖର୍ଚ୍ଚ କରି ସେହି ଅନାବଶ୍ୟକ କେଶଗୁଡ଼ିକୁ ହଟାଇବାର ତରିକା ବିଷୟରେ କହିବୁ। ଆମେ ଏକ ହୋମମେଡ୍‌ ଓ୍ଵାକ୍ସ ବିଷୟରେ କହିବାକୁ ଯାଉଛୁ। ଏହାକୁ ବନାଇବାରେ ଲେମ୍ବୁ ଆବଶ୍ୟକ ହୋଇଥାଏ। ଆସନ୍ତୁ ଜାଣିବା ବନାଇବାର ବିଧି।

ସାମଗ୍ରୀ

ଲେମ୍ବୁ ରସ- ୨ଚାମଚ

ମହୁ- ୧ ଚାମଚ

ଗୋଲାପ ଜଳ

ଫିଟିକିରି

ବିଧି

– ଓ୍ଵାକ୍ସ ବନାଇବା ପାଇଁ ପ୍ରଥମେ ମହୁ ଓ ଲେମ୍ବୁ ରସକୁ ଭଲ ଭାବେ ମିକ୍ସ କରି ନିଅନ୍ତୁ। ଆପଣ ଯେତେ ମାତ୍ରାରେ ମହୁ ନେବେ, ତାହାର ଡବଲ ମାତ୍ରାରେ ଲେମ୍ବୁ ରସ ମିଶାଇବେ।

– ଏହାକୁ ଧିମା ଆଞ୍ଚରେ ଗରମ କରିବା ପାଇଁ ରଖନ୍ତୁ। ଯେତେବେଳେ ଏଥିରେ ଫୋଟକା ବାହାରିବା ବନ୍ଦ ହୋଇଯିବ, ତ ଗ୍ୟାସ୍‌ ବନ୍ଦ କରି ଦେବେ। କିନ୍ତୁ ମନେ ରଖନ୍ତୁ ଏହାକୁ ଅଧିକ ଗାଢା କରିବେ ନାହିଁ।

-ଏହି ଓ୍ଵାକ୍ସକୁ ଶରୀରର ଅନାବଶ୍ୟକ କେଶ ମୂଳରେ ଲଗାନ୍ତୁ ଏବଂ ଷ୍ଟ୍ରିପ୍‌ ଲଗାଇ ଏହାକୁ ବିପରୀତ ଦିଗ ଆଡ଼କୁ ଭିଡ଼ନ୍ତୁ।

– ଓ୍ଵାକ୍ସ କରିବା ପରେ ଫିଟିକିରିକୁ ପାଣିରେ ମିଶାଇ କେଶ ରିମୁଭ କରିଥିବା ଜାଗାରେ ହାଲୁକା ହାଲୁକା ମସାଜ କରନ୍ତୁ। ଏହାଦ୍ୱାରା କେଶ ଜଲଦି ଉଠିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.