ଚତୁର୍ମାସ ଲାଗୁ ହେବା ପରେ ବନ୍ଦ ହୋଇଯିବ ସମସ୍ତ ଶୁଭକାର୍ଯ୍ୟ, ଜାଣନ୍ତୁ କେବେ ଠୁ ହେଉଛି ଆରମ୍ଭ

ସନାତନ ଧର୍ମରେ ପ୍ରତି ମାସ, ସପ୍ତାହ ଓ ତିଥି ସ୍ୱତନ୍ତ୍ର ହୋଇଥାଏ। ସବୁ ବାରର ବିଶେଷ ମହତ୍ତ୍ୱ ରହିଛି। ପ୍ରତି ମାସ ସହ ଭିନ୍ନ ଭିନ୍ନ ମାନ୍ୟତା ଜଡ଼ିତ ରହିଛି। ଏଭଳି କିଛି ମାନ୍ୟତା ଚତୁର୍ମାସ ସହ ବି ରହିଛି। ଚତୁର୍ମାସ ଆରମ୍ଭ ହେଲେ ସବୁ ଶୁଭ କାର୍ଯ୍ୟ ବନ୍ଦ ହୋଇଯାଏ। ତେବେ ଆସନ୍ତୁ ଜାଣିବା ଚଳିତବର୍ଷ କେବେରୁ କେବେ ଯାଏଁ ପଡୁଛି ଚତୁର୍ମାସ…

ଶାସ୍ତ୍ର ମୁତାବକ, ଚତୁର୍ମାସ ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀରୁ ଆରମ୍ଭ ହୋଇ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଯାଏଁ ରହିବ। ଚଳିତବର୍ଷ ଚତୁର୍ମାସ ୨୦ ଜୁଲାଇ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏହାର ସମାପନ ନଭେମ୍ବର ୧୪ ରବିବାର ହେବ। ଏହି ଦିନ ଦେବୋତଥାନ ଏକାଦଶୀ ବ୍ରତ ପାଳିତ ହେବ।

ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀ ଅର୍ଥାତ୍ ଦେବଶୟନ ଏକାଦଶୀ ଦିନ ଭଗବାନ ବିଷ୍ଣୁ କ୍ଷୀର ସାଗରରେ ନିଦ୍ରା ଯାଇଥାନ୍ତି। ସେ ଶୋଇଥିବା କାରଣରୁ ଏହି ୪ ମାସ କୌଣସି ଶୁଭ କାମ କରିବା ମନା। ଏହି ସମୟ ମଧ୍ୟରେ ବିବାହ, ବ୍ରତ ଆଦି ଶୁଭ କାମ କରିବାକୁ ଶାସ୍ତ୍ରରେ ବାରଣ କରାଯାଇଛି।

Leave A Reply

Your email address will not be published.