କଥାରେ ଅଛି ପ୍ରେମ ଅନ୍ଧ। କାରଣ ପ୍ରେମରେ ପଡ଼ିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ବିହାରର ଜାମୁଇରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବିବାହିତା ମହିଳା ନିଜ ଭଣଜାଙ୍କୁ ପ୍ରେମ କରି ତାଙ୍କୁ ବିବାହ କରିଛନ୍ତି । ବର୍ତ୍ତମାନ ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମାମଲାଟି ଗିଦ୍ଧୋର ବ୍ଲକ ରତନପୁର ଟୋଲା ଅଞ୍ଚଳରେ ହୋଇଛି । ଏଠାରେ ବିବାହର କିଛି ଦିନ ପରେ ଜଣେ ନବ ବିବାହିତା ମହିଳା ତାଙ୍କ ଭଣଜାଙ୍କ ପ୍ରେମରେ ପଡ଼ିଯାଇଥିଲେ। ପ୍ରାୟତଃ ସେମାନେ ପରସ୍ପରକୁ ଭେଟୁଥିଲେ। ହେଲେ ପରିବାରଲୋକ ସେ ବିଷୟରେ ଜାଣିପାରି ନ ଥିଲେ।
ସୂଚନାନୁଯାୟୀ ମନନପୁର ଗ୍ରାମର ଜଣେ ଯୁବକ ଡୁମ୍ରୋ ଗ୍ରାମର ଜଣେ ଯୁବତୀଙ୍କ ସହ ବିବାହ କରିଥିଲେ। ବିବାହପରେ ଯୁବକଙ୍କ ଭଣଜା ଚନ୍ଦନ ଶାହା ନିୟମିତ ବ୍ୟବଧାନରେ ମାମୁଁଘରକୁ ଆସୁଥିଲେ। ଏହି ସମୟରେ ମାଇଁଙ୍କ ସହ ତାଙ୍କର ଘନିଷ୍ଠତା ବଢ଼ିଥିଲା। ଧିରେ ଧିରେ କଥା ଆଗକୁ ବଢ଼ିବା ପରେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିବା ପ୍ରକାଶ କରିଥିଲେ। ଏହାପରେ ଉଭୟ ପରସ୍ପର ସହ ଜୀବନ ବିତାଇବାକୁ ସ୍ଥିର କରିଥିଲେ।
ଆଉ ୧୦ ଦିନ ତଳେ ମାମୁଁଙ୍କୁ କୌଣସି କାମରେ ମୁମ୍ବାଇ ଯିବାକୁ ପଡିଲା | ଆଉ ମୁମ୍ବାଇରୁ ଫେରିବା ପରେ ଉଭୟ ଭଣଜା ଓ ମାଇଁ ଫେରାର ହୋଇଯାଇଥିଲେ । ଉଭୟ ମୁମ୍ବାଇ ଯାଇ ସେଠାରେ ବିବାହ କରିଥିବାବେଳେ ନିଜର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏଥିରେ ଭଣଜାଜଣଙ୍କ ତାଙ୍କ ମାଇଁଙ୍କୁ ସିନ୍ଦୁର ଲଗାଉଛନ୍ତି। ପରେ ତାଙ୍କ ମାଇଁ ପାଦ ଛୁଉଁଛନ୍ତି। ଭିଡିଓକୁ ଦେଖି ଲୋକେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।