ବାସ୍ତୁ ପରୁଷଙ୍କୁ ଖୁସି କରିବାକୁ ଚାହୁଁଥିଲେ ଏହି ସବୁ କଥାକୁ ଧ୍ୟାନରେ ରଖନ୍ତୁ

ବାସ୍ତୁ ପୁରୁଷଙ୍କ ସ୍ଥିତି ଭୂଖଣ୍ଡରେ ଏମିତି ଅବସ୍ଥାରେ ରହିଛି ଯାହା ବାସ୍ତବରେ ବିଶ୍ୱାସ କରିବା ଅସମ୍ଭବ । ବାସ୍ତୁ ପୁରୁଷଙ୍କ ସ୍ଥିିତି ପରିକଳ୍ପନା କରିବାକୁ ଗଲେ ଜଣାପଡେ, ଭୂଖଣ୍ଡରେ ଅଧା ମୁହଁ କରି ତଳେ ପଡି ନମସ୍କାର କରୁଥିବା ଅବସ୍ଥାରେ ସେ ରହିଛନ୍ତି । ଏହା ସମ୍ପର୍କରେ ପୁରାଣରେ ମଧ୍ୟ ବର୍ଣ୍ଣିତ । ଏଭଳି ସ୍ଥିତିରେ ମୁହଁ ଇଶାନ କୋଣରେ ରହିଥିବା ବେଳେ ପାଦ ନୈରୁତ୍ୟ କୋଣ ସାମ୍ନାକୁ ରହିଥାଏ । ତାଙ୍କ ବାହୁ ବାୟବ୍ୟ କୋଣ ବା ଅଗ୍ନି କୋଣକୁ ମୋଡି ହୋଇ ରହିଥାଏ ।

ମତ୍ସ୍ୟ ପୁରାଣରେ ବାସ୍ତୁ ପୁରୁଷର ଏକ ଗାଥା ରହିଛି । ଦିନେ ଦେବତା ଓ ଅସୁରଙ୍କ ମଧ୍ୟରେ ଯୁଦ୍ଧ ହେଉଥିଲା । ଏହି ଯୁଦ୍ଧରେ ଅସୁରଙ୍କ ତରଫରୁ ଅନ୍ଧକାସୁର ଏବଂ ଦେବତାଙ୍କ ପକ୍ଷରୁ ଭଗବାନ ଶିବ ଯୁଦ୍ଧ କରୁଥିଲେ । ଯୁଦ୍ଧରେ ଦୁହିଁଙ୍କ ଝାଳର କିଛି ବୁନ୍ଦା ତଳେ ଭୂମିରେ ପହିଯାଇଥିଲା । ତେବେଏହି ବୁନ୍ଦାର ସଂଯୋଗରେ ଏକ ବିଶାଳକାୟ ତଥା ବଳଶାଳୀ ପୁରୁଷର ଜନ୍ମ ହୋଇଥିଲା । ସେହି ବିରାଟକାୟ ପୁରୁଷ ସାରା ପୃଥିବୀ ପୃଷ୍ଠକୁ ନିଜ ବାହୁରେ ଘୋଡାଇ ଦେଲା । ଏହାକୁ ନେଇ ଉଭୟ ଦେବତା ଓ ଅସୁର ଭୟଭୀତ ହୋଇଗଲେ । ଦୁଇ ପକ୍ଷ ପରସ୍ପର ଉପରେ ସନ୍ଦେହ କଲେ । ଏହା କାରଣରୁ ଯୁଦ୍ଧ ବନ୍ଦ ହୋଇଗଲା । ଉଭୟ ପକ୍ଷ ସେହି ପୁରୁଷକୁ ନେଇ ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କ ପାଖକୁ ନେଲେ ।

ସେହି ପୁରୁଷକୁ ଏହା ବି ଜଣା ନଥିଲା ଯେ ସେ କିଏ ଏବଂ କିପରି ଉତ୍ପନ୍ନ ହୋଇଛି । ଏହାପରେ ଉଭୟ ପକ୍ଷ ବ୍ରହ୍ମାଙ୍କ ଠାରୁ ଏ ସମ୍ପର୍କରେ ଜାଣିବାକୁ ଚାହିଁଲେ । ଶେଷରେ ସମସ୍ତେ ଜାଣିଲେ ଯେ, ଭଗବାନ ଶିବ ଏବଂ ଅନ୍ଧକାସୁରଙ୍କ ଝାଳ ବୁନ୍ଦାରୁ ଏହି ମନୁଷ୍ୟର ଜନ୍ମ ହୋଇଛି । ଶେଷରେ ଏହାର ନାମ ଧରତ୍ରୀ ପୁତ୍ର ରଖାଗଲା । ତେବେ ବ୍ର୍ରହ୍ମା ଏହି ପୁରୁଷକୁ ନିଜ ମାନସ ପୁତ୍ର କରିବା ସହ ସଂସାରରେ ତାଙ୍କୁ ବାସ୍ତୁ ପୁରୁଷ ନାମରେ ଜଣାଯିବ ବୋଲି କହିଲେ । କେବଳ ଏତିିକି ନୁହେଁ, ବରଂ ସଂସାରର କଲ୍ୟାଣ ପାଇଁ ଭୂମି ବା ଧରିତ୍ରୀରେ ସମାହିତ ହେବା ପାଇଁ ନିର୍ଦ୍ଦେଶ ଦେଲେ । ଅର୍ଥାତ ସେ ଧରିତ୍ରୀ ମଧ୍ୟରେ ବାସ କରିବେ ।

3245325235
pc: vastuguidance

ଏହାପରେ ବାସ୍ତୁ ପୁରୁଷଙ୍କ ଅସ୍ତିତ୍ୱ ବୃଦ୍ଧି ପାଇ ଚାଲିଲା । ବ୍ରହ୍ମଦେବଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯେକୌଣସି ବ୍ୟକ୍ତି ଭୂମିର ଯେ କୌଣସି ଅଂଶକୁ କିଣିବ କିମ୍ବା ସେଠାରେ ଘର, ପୋଖରୀ, ମନ୍ଦିର ଆଦିର ନିର୍ମାଣ କରିବ ସେହି ସମୟରେ ବାସ୍ତୁ ଉପରେ ଧ୍ୟାନ ଦେବା ଆବଶ୍ୟକ । ବାସ୍ତୁ ସମସ୍ୟା ଦେଖାଗଲେ ଅନେକ ବିଘ୍ନର ସାମ୍ନା କରିବାକୁ ପଡିଥାଏ । ବାସ୍ତୁ ପୁରୁଷଙ୍କ ଅଧୀନ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ଶୁଭ କାମ କରିବା ଆବଶ୍ୟକ । ବାସ୍ତୁକୁ ଧ୍ୟାନରେ ରଖି କାମ କଲେ ସଫଳତା ମିଳିଥାଏ । ତେବେ ଏହାକୁ ଶୁଣି ବାସ୍ତୁ ପୁରୁଷ ଧରିତ୍ରୀ ପୃଷ୍ଠରେ ସମାହିତ ହୋଇଗଲେ । ଏହି ସମୟରେ ସେ ଏକ ବିଶେଷ ମୁଦ୍ରା ଧାରଣ କରିଥିଲେ । ଯେଉଠି ତାଙ୍କ ମୁହଁ ଇଶାନ କୋଣକୁ ରହିଥିବା ବେଳେ ପାଦ ନୈରୁତ୍ୟ କୋଣ ସାମ୍ନାକୁ ରହିଥାଏ । ତାଙ୍କ ବାହୁ ବାୟବ୍ୟ କୋଣ ବା ଅଗ୍ନି କୋଣକୁ ମୋଡି ହୋଇ ରହିଥାଏ । ଏହିସ୍ଥିତିରେ ସେ ବ୍ରହ୍ମଦେବ ଏବଂ ଧରିତ୍ରୀ ମାତାଙ୍କୁ ହାତଯୋଡି ଅଧା ମୁହଁ ତଳକୁ କରି ନମସ୍କାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.