କଟକ(କେନ୍ୟୁଜ): କଟକ ଏସସିବି ମେଡିକାଲ କଲେଜ ପାଇଁ ୯ଟି ଇକମୋ ମେସିନ କିଣାଯାଇଛି । ରାଜ୍ୟ ସରକାରଙ୍କ ପାଣ୍ଠିରେ ୬ଟି ଓ ସିଏସଆର ଫଣ୍ଡରେ କିଣାଯାଇଛି ୩ଟି ଇକମୋ ମେସିନ । ମେସିନ୍ ପରିଚାଳନା ପାଇଁ କର୍ମଚାରୀ ଓ ଅଧିକାରୀ କୋଲକାତା ମେଡିକା ହସପିଟାଲ୍ରେ ଦୁଇଟି ପର୍ଯ୍ୟାୟରେ ଟ୍ରେନିଂ ନେବେ। ଜୁଲାଇ ୩୧ ସୁଦ୍ଧା ତାଲିମ ସରିବ। ଏଥିସହ ଅଗଷ୍ଟ ୧୫ରୁ ଏସସିବିରେ ଇକମୋ କାର୍ଯ୍ୟକ୍ଷମ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।