ଆପଣ ଆଣିଥିବା ସାମଗ୍ରୀରେ ଅପମିଶ୍ରଣ ହୋଇନି ତ ? ଜାଣିବା ପାଇଁ ଫଲୋ କରନ୍ତୁ ଏହି ଟ୍ରିକ୍ସ

ଅଧିକ ରୋଜଗାର କରିବା ଚକରରେ ଦୋକାନୀମାନେ ପ୍ରାୟ ସାମଗ୍ରୀରେ ଅପମିଶ୍ରଣ କରିଥାନ୍ତି । ଏବଂ ଗ୍ରାହକଙ୍କ ଜୀବନ ସହ ଖେଳ ଖେଳିଥାନ୍ତି । ଏହି ଅପମିଶ୍ରଣ ଯୁକ୍ତ ଖାଦ୍ୟ ଆମ ଶରୀର ପାଇଁ ଖୁବ୍ କ୍ଷତିକାରକ । ଏହା ଏକ ପ୍ରକାର ସ୍ଲୋ ପଏଜନ ସହ ସମାନ । ଯାହାର ପ୍ରଭାବ ଏବେ ଜଣାପଡୁନାହିଁ କିନ୍ତ ଶେଷରେ ଏହା ବ୍ୟକ୍ତିର ଜୀବନ ନେଇଥାଏ । ଏଭଳି ଅପମିଶ୍ରଣ ଖାଦ୍ୟ ଖାଇଲେ ପେଟ ଜନିତ ସମସ୍ୟା ଯେପରିକି ଅଲସର୍ ଏବଂ ଟ୍ୟୁମର୍ ଭଳି ଗମ୍ଭୀର ରୋଗ ହେବାର ସମ୍ଭାବନା ଥାଏ । କିନ୍ତୁ କିଛି ଉପାୟ ଅଛି ଯାହା ଦ୍ବାରା ଆପଣ ଘରେ ବସି ଖାଦ୍ୟ ସାମଗ୍ରୀରେ ହୋଇଥିବା ଅପମିଶ୍ରଣକୁ ସହଜରେ ଜାଣିପାରିବେ ।

ନାଲି ଲଙ୍କା :

ଆପଣ ରୋଷେଇ ପାଇଁ ବ୍ୟବହାର କରୁଥିବା ଲାଲ୍ ଲଙ୍କା ଗୁଣ୍ଡରେ ଇଟା ଗୁଣ୍ଡ ମିଶାଯାଇଥାଏ । ଯାହା ଦେଖିବାକୁ ଠିକ୍ ଲାଲ୍ ରଙ୍ଗର । ତେଣୁ ଆପଣ ଆଣିଥିବା ନାଲି ଲଙ୍ଗା ଗୁଣ୍ଡରେ କୌଣସି ଅପମିଶ୍ରଣ ହୋଇଛି କି ନାହିଁ ତାହା ଜାଣିବାକୁ ଚାହୁଁଥିଲେ ଗୋଟିଏ ଗ୍ଲାସ୍ ପାଣିରେ ଏହି ଗୁଣ୍ଡକୁ ପକାନ୍ତୁ । ଯଦି ରଙ୍ଗ ଛାଡିଯାଏ ତେବେ ଜାଣନ୍ତୁ ଏଥିରେ ଅପମିଶ୍ରଣ ହୋଇଛି ।

କ୍ଷୀରରେ ଅପମିଶ୍ରଣ :

ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହେଉଛି କ୍ଷୀର । କିନ୍ତୁ ଏଥିରେ ଦୋକାନୀ ମାନେ ଡିଟରଜେଣ୍ଟ ଏବଂ ସିନ୍ଥେଟିକ୍ ମିଲ୍କ ମିଶାଇଥାନ୍ତି । ଯାହା ଦ୍ବାରା ଗୋଟିଏ ଲିଟର କ୍ଷୀର ୧୦ ଲିଟର ପର‌୍ୟ୍ୟନ୍ତ ହୋଇଯାଏ । ତେଣୁ ଏହାକୁ ଜାଣିବା ପାଇଁ ହେଲେ କ୍ଷୀରରେ ପାଣି ମିଶାନ୍ତୁ । ଯଦି ଫେଣ ହେଲା ତେବେ ଜାଣିବେ ଆପଣ ଆଣିଥିବା କ୍ଷୀରରେ ଅପମିଶ୍ରଣ ହୋଇଛି ।

ମହୁ :

ତୁଳାରେ ମହୁ ଲଗାଇ ନିଆଁରେ ଦେଖାଇଲେ ଏହା ତୁରନ୍ତ ଜଳିଉଠିଥାଏ । କିନ୍ତୁ ଅପମିଶ୍ରଣ ହୋଇଥିଲେ ମହୁ ଲଗା ବତୀରେ ନିଆଁ ଲାଗିନଥାଏ । ଏହା ସହ ଏଥିରୁ ଚଟ୍ ଚଟ୍ ଶବ୍ଦ ମଧ୍ୟ ହୋଇଥାଏ ।

ପନୀର୍ :

ପନୀରରେ ଅପମିଶ୍ରଣ ହୋଇଛି କି ନାହିଁ ଜାଣିବା ପାଇଁ ଏହାକୁ ପାଣିରେ ପକାଇ ଫୁଟାନ୍ତୁ । ଥଣ୍ଡା ହେବା ପରେ ଏଥିରେ କିଛି ବୁନ୍ଦା ଲୁଣ ପାଣି ପକାନ୍ତୁ ।ଯଦି ଏହା ନୀଳ ରଙ୍ଗ ହୁଏ ତେବେ ଜାଣନ୍ତୁ ଏଥିରେ ଅପମିଶ୍ରଣ ହୋଇଛି ।

ଜୀରା :

ସେହିପରି ଜୀରାର କିଛି ଦାନା ନେଇ ହାତରେ ରଗଡନ୍ତୁ । ଯଦି ଏହି ଜୀରା କଳା ପଡିଯାଏ ତେବେ ଜାଣନ୍ତୁ ଏଥିରେ ଅପମିଶ୍ରଣ ହୋଇଛି ।

ସେଓ :

ପ୍ରତିଦିନ ଗୋଟିଏ ସେଓ ଖାଇଲେ ଶରୀରରୁ ସମସ୍ତ ରୋଗ ଦୂର ହୋଇଯାଏ । ହେଲେ ଯଦି ଏହି ସେଓରେ ଅପମିଶ୍ରଣ ହୁଏ ତେବେ କଣ କରିବେ । ସେଓକୁ ଚମକଦାର କରିବା ପାଇଁ ୱାକ୍ସ ପଲିସ୍ କରାଯାଇଥାଏ । ତେବେ ଏହାକୁ ଜାଣିବା ପାଇଁ ସେଓର ଉପର ଭାଗକୁ ଛୁରୀରେ ଅଳ୍ପ ରାମ୍ପନ୍ତୁ । ଯଦି ଏଥିରୁ ଧଳା ରଙ୍ଗର କିଛି ପଦାର୍ଥ ବାହାରିଲା ତେବେ ଜାଣନ୍ତୁ ଏଥିରେ ୱାକ୍ସର ପରସ୍ତ ଦିଆଯାଇଛି ।

ଚା ପତି :

ଅନେକ ଲୋକ ଶସ୍ତାରେ ପାଇବେ ବୋଲି ବଜାରରୁ ଖୋଲା ଚା ପତି ନେଇ ଆସନ୍ତି । ହେଲେ ଏଥିରେ ମଧ୍ୟ ହୋଇଥାଏ ଅପମିଶ୍ରଣ । ତେବେ ଏହାକୁ ଜାଣିବା ପାଇଁ ପାଣିରେ ଅଳ୍ପ ପତି ପକାଇ କିଛି ସମୟ ଛାଡିଦିଅନ୍ତୁ । ଯଦି ଏଥିରୁ ରଙ୍ଗ ବାହାରେ ତେବେ ଜାଣନ୍ତୁ ଏହାକୁ ପୂର୍ବରୁ ବ୍ୟବହାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.