ଆଳୁ ଖାଇବା ପସନ୍ଦ କି, ତାହେଲେ ଡିନରରେ ବନାନ୍ତୁ ଟେଷ୍ଟୀ ମସଲା ଆଳୁ

ଆଳୁ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଥାଏ। ଏହା ସବୁ ପରିବା ସହିତ ମିଶିଯାଏ। ଆଉ ସ୍ୱାଦକୁ ଅଧିକ ବଢ଼ାଇଦିଏ। ସେହିପରି ବର୍ଷା ଋତୁରେ ଆଳୁ ପକୋଡି, ଆଳୁ ରୋଲ ଭଳି ସ୍ନାକ୍ସ ଆଇଟମ ବି ସମସ୍ତଙ୍କୁ ବହୁତ ପସନ୍ଦ। ତେଣୁ ଆଜି ଡିନରରେ ପ୍ରସ୍ତୁତ କରନ୍ତୁ ତାଓ୍ଵା ଆଳୁ ମସଲା।

ଆବଶ୍ୟକ ସାମଗ୍ରୀ

  • ଆବଶ୍ୟକ ଅନୁସାରେ ତେଲ
  • ୫୦୦ ଗ୍ରାମ ସିଝା ଆଳୁ
  • ୭୦ ଗ୍ରାମ ପିଆଜ
  • ୧/୨ ଚାମଚ ଅଦା ପେଷ୍ଟ
  • ୧/୨ ଚାମଚ ରସୁଣ ପେଷ୍ଟ
  • ୧୮୦ ଗ୍ରାମ ଟମାଟୋ ପ୍ୟୁରୀ
  • ୧/୨ ଚାମଚ ଗରମ ମସଲା ପାଉଡର
  • ୧/୨ ଚାମଚ ମେଥୀ
  • ସ୍ୱାଦାନୁସାରେ ଲୁଣ
  • ୧/୪ ଚାମଚ ହଳଦୀ
  • ୧/୨ ଚାମଚ୍‌ ଲାଲ ଲଙ୍କା ପାଉଡର
  • ଏକ ଚାମଚ ଧନିଆ ପାଉଡର
  • ୧/୨ ଚାମଚ ଚାଟ୍‌ ମସଲା ପାଉଡର
  • ୧/୨ ଚାମଚ ଜିରା
  • ଧନିଆ – ଅଳ୍ପ (ସଜାଇବା ପାଇଁ)

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ କଡାରେ ତେଲ ଗରମ କରି ମିଡିୟମ୍‌ ଫ୍ଲେମରେ ଆଞ୍ଚକୁ ଗରମ କରିଦିଅନ୍ତୁ। ଏହାପରେ ଏଥିରେ ସିଝା ଆଳୁ ପକାଇ ଦିଅନ୍ତୁ ଏବଂ ସବୁ ମସଲାକୁ ଏକା ସାଥିରେ ଭଲଭାବେ ମିଶାଇ ଦିଅନ୍ତୁ। ଯେତେବେଳେ ଆଳୁର ରଙ୍ଗ ହାଲକା ସୁନେଲୀ ରଙ୍ଗ ହୋଇଯିବ ସେତେବେଳେ ଏହାକୁ ଆଞ୍ଚରୁ ବାହାର କରି ପ୍ୟାନରେ ତେଲକ ପକାଇ ଗରମ କରନ୍ତୁ।

ଏବେ ଏଥିରେ ଜିରା, ରସୁଶ, ଅଦା ଏବଂ ପିଆଜ ପକାଇ ଫ୍ରାଏ କରନ୍ତୁ। ଏହାପରେ ଟମାଟୋ ପ୍ୟୁରି ପକାଇ ଦିଅନ୍ତୁ ଏବଂ ଭଲଭାବେ ରାନ୍ଧନ୍ତୁ। ଏବେ ଫ୍ରାଏ କରାଯାଇଥିବା ଆଳୁ ମେଥି ଏବଂ ଗରମ ମସଲାକୁ ପକାଇ ଦିଅନ୍ତୁ ଏବଂ କିଛି ମିନିଟ୍‌ ପର୍ଯ୍ୟନ୍ତ କମ୍‌ ଆଞ୍ଚରେ ରାନ୍ଧନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ତାଓ୍ଵା ଆଳୁ ମସଲା। ଧନିଆ ପତ୍ର ପକାଇ ଏହାକୁ ଭଲଭାବେ ଗାର୍ନିସ କରି ଗରମା ଗରମ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.