ଶୋଚନୀୟ ରାସ୍ତାକୁ ସଜାଡ଼ିବାକୁ ଅଣ୍ଟା ଭିଡିଲେ କୁନି କୁନି ପିଲା, ନିଜ ହାତରେ ଖାଲରେ ପକାଇଲେ ମେଣ୍ଟାଲ

ଭଦ୍ରକ(କେନ୍ଯୁଜ୍): ଶୋଚନୀୟ ରାସ୍ତାକୁ ସଜାଡ଼ିଲେ କୁନି କୁନି ପିଲା। ଖାଲରେ ମେଣ୍ଟାଲ ପକାଇବାକୁ କିଏ ଅଖାରେ ତ ଆଉ କିଏ ସାଇକେଲରେ ବୋହି ନେଇ ଖାଲରେ ଢାଳୁଛନ୍ତି। ଦୟନୀୟ ହୋଇ ପଡ଼ିଥିବା ରାସ୍ତାକୁ ସଜାଡ଼ିବାକୁ ଲାଗି ପଡ଼ିଛନ୍ତି ଭଦ୍ରକ ବ୍ଲକ ଗେଲଟୁଆ ପଞ୍ଚାୟତର କୁନି କୁନି ପିଲା।

ଆଦିବାସୀ କଲୋନୀ ଠାରୁ ବଗମରା ଗା କୁ ସଂଯୋଗ କରୁଥିବା ରାସ୍ତା ଅସରାଏ ବର୍ଷାରେ ଶୋଚନୀୟ ହୋଇପଡେ। ରାସ୍ତାର ଅବସ୍ଥା କଦର୍ଯ୍ୟ ହୋଇଥିବାରୁ ଲୋକମାନେ ଯିବା ଆସିବାରେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି। ସେହି ରାସ୍ତାରେ ଦେଇ ଅନେକ ଲୋକ ଯାଆସ କରୁଥିଲେ ମଧ୍ୟ ଏହାର ମରାମତି ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥାଏ। ଏହାକୁ ସଜାଡ଼ିବାକୁ କେହି ଆଗେଇ ନଆସିବାରୁ ଶେଷରେ କୁନି କୁନି ପିଲା ଏକାଠି ହୋଇ ରାସ୍ତା ସମତୁଲ କରିବାକୁ ଅଣ୍ଟା ଭିଡ଼ିଥିଲେ। ଛୋଟ ପିଲାଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.