କରୋନାରେ “ଯୋଦ୍ଧା ଆକବର”ର ଏହି ଅଭିନେତାଙ୍କ ଅବସ୍ଥା ହେଲା ଶୋଚନୀୟ, ଜାଣନ୍ତୁ

ଜିଟିଭିରେ ପ୍ରସାରିତ ହୋଇଥିବା ପପୁଲାର ଟିଭି ସିରିୟଲ “ଯୋଦ୍ଧା ଆକବର”ରେ କାମ କରିଥିବା ଏହି ଅଭିନେତାଙ୍କ ଜୀବନରେ ଆସିଛି ସମସ୍ୟାର ଝଡ଼। ଅଭିନେତାଙ୍କ ନାମ ହେଉଛି ଲୋକେନ୍ଦ୍ର ସିଂ। ଡାଇବେଟିସ ରୋଗରେ ଆକ୍ରାନ୍ତ ଥିବା ଏହି ଅଭିନେତା ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କାରଣରୁ ଅନ୍ୟାନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ନିକଟ ଅତୀତରେ ହୋଇଥିବା ଏକ ସାକ୍ଷାତକାର ମାଧ୍ୟମରେ ସେ ଏହି ସମ୍ପର୍କରେ ଜଣାଇଥିଲେ।

ଲୋକେନ୍ଦ୍ରଙ୍କ କହିବା ଅନୁସାରେ, ଡାଇବେଟିଜ ରୋଗରେ ପୀଡ଼ିତ ଥିବା ସମୟରେ ସେ ନିଜ ସ୍ୱାସ୍ଥ୍ୟକୁ ନେଇ ଅନେକ ଖାମଖିଆଲ ମନୋଭାବ ରଖିଥିଲେ। ଯାହା କାରଣରୁ ତାଙ୍କୁ  ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି। କୋଭିଡ ମହାମାରୀ ପୂର୍ବରୁ ତାଙ୍କର କାମ ଭଲ ଚାଲୁଥିଲା। କିନ୍ତୁ ମହାମାରୀ କାରଣରୁ ତାଙ୍କ କାମରେ ବାଧା ସୃଷ୍ଟି ହେଲା।

ଲୋକେନ୍ଦ୍ରଙ୍କ କହିବା ଅନୁଯାୟୀ, ଘରେ ଅର୍ଥ ଅଭାବ କାରଣରୁ ଅନେକ ସମସ୍ୟା ଦେଖାଦେଲା। ପରେ ପରେ ଶାରୀରିକ ସମସ୍ୟା ମଧ୍ୟ ଆରମ୍ଭ ହେଲା। ତାଙ୍କର ଡାହାଣ ଗୋଡରେ ଇନଫେକସନ କାରଣରୁ ମେରୁଦଣ୍ଡ ପର୍ଯ୍ୟନ୍ତ ତାହା ବ୍ୟାପିଗଲା। ଏହାପରେ କିଛି ସମୟ ମଧ୍ୟରେ ପୁରା ଶରୀରକୁ ପ୍ରଭାବିତ କଲା।

ତେବେ ଶରୀର ଅସୁସ୍ଥ କାରଣରୁ ମୁମ୍ବାଇର ଭକ୍ତିବନ୍ଦିତା ହସ୍ପିଟାଲରେ ୫ ଘଣ୍ଟା ପର୍ଯ୍ୟନ୍ତ ସର୍ଜରୀ ହୋଇଥିଲା । ସର୍ଜରୀ ସଫଳ ହେବା ପରେ ଲୋକେନ୍ଦ୍ର ନିଜ ଭୁଲ ବୁଝିପାରିଲେ। ୧୦ ବର୍ଷ ପୂର୍ବେ ଯଦି ସେ ଏଥିପ୍ରତି ସଜାଗ ରହିଥାନ୍ତେ , ହୁଏତ ଏହି ସମସ୍ୟା ଦେଖାାଦେଇ ନଥାନ୍ତା ବୋଲି ସେ କହିଥିଲେ।

ଏବେ ତାଙ୍କୁ CINTAA ତରଫରୁ ଆର୍ଥିକ ସହାୟତା ମିଳିଛି। ଆପଣଙ୍କୁ କହିଦେବାକୁ ଚାହୁଁ ଯେ, ଅଭିନେତା ଲୋକେନ୍ଦ୍ର ଯୋଦ୍ଧା ଆକବରଙ୍କ ସମେତ ସିଆଇଡି, କ୍ରାଇମ ପେଟ୍ରୋଲ, ରଣବୀର କପୁରଙ୍କ ଜଗ୍ଗା ଜାସୁସ୍‌ରେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.