ଗଞ୍ଜାମ(କେନ୍ୟୁଜ୍): ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଘରେ ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ। ଖଲ୍ଲିକୋଟ ସ୍ଥିତ ନିର୍ମଳଝର ନିକଟରେ ଥିବା ତାଙ୍କ ଭଡ଼ା ଘରେ ବୋମା ମାଡ଼ ସହ ଭଙ୍ଗାରୁଜା କରିଛନ୍ତି। ଘରେ ବିଧାୟିକା ନଥିବା ବେଳେ ଦୁର୍ବୃତ୍ତମାନେ ଘର ବାହାରେ ଭଙ୍ଗାରୁଜା କରିଥିଲେ । ସେମାନେ ଘରେ ଲାଗିଥିବା କାଚ ଏବଂ ଦୁଇଟି ବାଇକକୁ ଭାଙ୍ଗି ଦଇଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁରର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ଦୁର୍ବୃତ୍ତମାନେ ପୂର୍ବ ଶତ୍ରୁତାକୁ ନେଇ ଏହି ବୋମାମାଡ଼ କରିଥିବା ସୂଚନା ମିଳିଛି। ଏଥିରେ ୪ ଜଣ ଆହତ ହୋଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ପ.ରେ .ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ ବ୍ରହ୍ମପୁରର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।