WHO: ଡେଲଟା ଭାରିଏଣ୍ଟକୁ ନେଇ ସପ୍ତାହ ମଧ୍ୟରେ ୪୦ ଲକ୍ଷରୁ ଅଧିକ ମାମଲା ଚିହ୍ନଟ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପୁଣି ଥରେ ଚେତାବନୀ । କରୋନାର ଡେଲଟା ଭାରିଏଣ୍ଟ ପ୍ରକୋପ ୧୩୫ଟି ଦେଶରେ ଦେଖବାକୁ ମିଳିଛି । WHOଦ୍ୱାରା ମହାମାରୀକୁ ନେଇ ଏହି ଅପଡେଟ ଦିଆଯାଇଛି । ଏଥିମଧ୍ୟରୁ ୧୩୨ ଦେଶରେ ବିଟା ସ୍ୱରୁପ ଓ ୮୧ ଦେଶରେ ଗାମା ସ୍ୱରୂପ ମାମଲା ସାମ୍ନାକୁ ଆସିଛି । ଏହା ବ୍ୟତିତ ୧୮୨ ଦେଶରେ ଆଲଫା ସ୍ୱରୂପ ମାମଲା ଦେଖିବାକୁ ମିଳିଛି । କିନ୍ତୁ ଭାରତରେ ଦେଖାଯାଇଥିବା ଡେଲଟା ସ୍ୱରୂପ ଏବେ ମୋଯ ୧୩୫ ଦେଶରେ ଦେଖିବାକୁ ମିଳିଛି ।

ଗତ ସପ୍ତାହ ୨୬ ଜୁଲାଇରୁ ୧ ଅଗଷ୍ଟ ମଧ୍ୟରେ ସର୍ବମୋଟ ୪୦ ଲକ୍ଷ ରୁ ଅଧିକ ମାମଲା ସାମ୍ନାକୁ ଆସିଥିଲା । ଦକ୍ଷିଣ -ପୂର୍ବ ଏସିଆରେ ଏହି ମାମଲାର ଲଗାତାର ବୃଦ୍ଧିକୁ ନେଇ WHO ଚିନ୍ତାରେ ପଡିଯାଇଛି । ଲୋକଙ୍କୁ ଯଥା ସମ୍ଭବ ସତର୍କ କରିବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି ।

delta
pc: hindustan

ଦକ୍ଷିର –ପୂର୍ବ ଏସିଆରେ ନିକଟ ଅତୀତରେ କରୋନାରେ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣରେ ରହିଥିବା ବେଳେ ଏହାର ମାମଲା କିନ୍ତୁ ବୃଦ୍ଧି ପାଇଛି । ସବୁଠୁ ଅଧିକ ଭାରତରେ ଦେଖିବାକୁ ମିଳିଛି । ୨,୭୩,୮୯୧ ନୁଆ ମାମଲା ସହିତ ଏକ ଲକ୍ଷ ୨୦.୬ ମାମଲା ସାମ୍ନାକୁ ଆସିଛି । ଅର୍ଥର୍ାତ ମୋଟ ୭% ବୃଦ୍ଧି ପାଉଛି । ଏହାପରେ ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡରେ ମାମଲା ସାମ୍ନାକୁ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.