ରଣବୀର ନୁହେଁ କି ସିଦ୍ଧାର୍ଥ ନୁହେଁ, ନିଜ ବାୟୋପିକ୍‌ରେ ଏହି ଅଭିନେତାଙ୍କୁ ଦେଖିବାକୁ ଚାହାନ୍ତି ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା

ଅଗଷ୍ଟ ୭ ତାରିଖ ଭାରତ ପାଇଁ ଏକ ଐତିହାସିକ ଦିନ। କାରଣ ଏହି ଦିନ ଭାରତର ସୁନା ପୁଅ ନୀରଜ ଚୋପ୍ରା ଟୋକିଓ ଅଲମ୍ପିକ୍‌ରେ ଦେଶ ପାଇଁ ଜିତିଥିଲେ ସୁନା ପଦକ। ଏହା ଥିଲା ଚଳିତ ଅଲମ୍ପିକରେ ଭାରତର ପ୍ରଥମ ତଥା ଶେଷ ଗୋଲ୍ଡ ମେଡାଲ। ଏଣୁ ଏବେ ସାରା ଦେଶ ନୀରଜଙ୍କୁ ଶୁଭେଚ୍ଛା ଜଣାଉଛି। ତେବେ ସୋମବାର ସେ ଭାରତରେ ଫେରିଛନ୍ତି। ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଏୟାରପୋର୍ଟରେ ତାଙ୍କୁ ଖୁବ୍‌ ଆଡ଼ମ୍ବର ସହକାରରେ ସ୍ୱାଗତ କରାଯାଇଛି।

ଏ ଅବସରରେ ସାମ୍ବାଦିକମାନେ ତାଙ୍କୁ ବାୟୋପିକ୍‌ ସମ୍ପର୍କରେ ପ୍ରଶ୍ନ କରିଥିଲେ। ନୀରଜ କହିଥିଲେ ଯେ ଏବେ ସେ ବିଷୟରେ କିଛି ଚିନ୍ତା କରିନାହାନ୍ତି। ଏବେ ସେ କେବଳ ନିଜ ଖେଳ ଉପରେ ଧ୍ୟାନ ଦେଉଛନ୍ତି। ସେ କହିଛନ୍ତି, ରିଟାୟାର ହେବା ପରେ ବାୟୋପିକ୍‌କୁ ନେଇ ତାଙ୍କର କିଛି ଅସୁବିଧା ନାହିଁ।

neeraj
Image Credit: Aajtak

କିନ୍ତୁ ୨୦୧୮ରେ ଏସିଆନ୍‌ ଗେମ୍‌ସରେ ତାଙ୍କ ଉତ୍ତମ ପ୍ରଦର୍ଶନ ପରେ ତାଙ୍କୁ ଯେତେବେଳେ ବାୟୋପିକ୍‌ ବାବଦରେ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ, ତାଙ୍କୁ ଅକ୍ଷୟ କୁମାର ଓ ରଣଦୀପ ହୁଡ଼ା ଖୁବ୍‌ ପସନ୍ଦ। ନିଜ ବାୟୋପିକ୍‌ରେ ସେ ସେମାନଙ୍କୁ ଦେଖିବାକୁ ଚାହାନ୍ତି ବୋଲି କହିଥିଲେ ନୀରଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.