Indian Idol 12 : ପ୍ରଥମ ଥର ପାଇଁ ଇଣ୍ଡିଆନ୍‌ ଆଇଡଲ ଫାଇନାଲ ଏପିସୋଡର ଗ୍ରାଣ୍ଡ ଫିନାଲେ ୧୨ ଘଣ୍ଟା ଧରି ଚାଲିବ

ଟିଭି ସିଙ୍ଗିଙ୍ଗ୍‌ ରିଆଲିଟି ଶୋ ଇଣ୍ଡିଆନ୍‌ ଆଇଡଲ ୧୨କୁ ଏହାର ବିଜେତା ୧୫ ଅଗଷ୍ଟକୁ ଅର୍ଥାତ ଆଜି ମିଳିଯିବ । ଫାଇନାଲ ଏପିସୋଡ୍‌ ୧୨ ଘଣ୍ଟା ଧରି ଲାଇଭ୍‌ ଚାଲିବ । ଫ୍ୟାନ୍ସ ଏହି ଶୋ’ର ବିଜେତାଙ୍କୁ ନେଇ ବହୁତ ଏକ୍ସାଇଟେଡ୍‌ ଅଛନ୍ତି । ଏହି ସମୟରେ ପବନଦୀପ୍ ରାଜନ , ଅରୁଣିତା କାଞ୍ଜିଲାଲ୍‌, ଶନମୁଖପ୍ରିୟା, ମହମ୍ମଦ ଦାନିସ୍‌ , ସାୟଲୀ କାମ୍ୱଲେ ଓ ନିହାଲଙ୍କ ଭଳି ପ୍ରତିଯୋଗୀ ରହିଛନ୍ତି । ଏଥିରେ କେହି ବି ଫାଇନାଲିଷ୍ଟ ହୋଇପାରନ୍ତି । ଏହି ସିଜନ୍‌ ପୂର୍ବ ସିଜନ ଅପେକ୍ଷା ବହୁତ ସଫଳ ହୋଇଛି । ଏହି କ୍ରମରେ ପ୍ରଯୋଜକ ୫ନୁହେଁ ୬ ପ୍ରତିଯୋଗୀଙ୍କୁ ଫାଇନଲରେ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ଏପିସୋଡ୍‌ ହେବ । ପ୍ରଥମ ଥର ପାଇଁ ଭାରତୀୟ ଟେଲିଭିଜନରେ ଦିନ ବାରଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଦେଖନ୍ତୁ ରିୟାଲିଟି ଶୋର ପୂରା ଟେଲିକାଶଷ୍ଟ। ସୋନି ଟିଭିରେ ବର୍ତ୍ତମାନ ଆରମ୍ଭ ହୋଇଗଲାଣି ଇଣ୍ଡିଆନ୍‌ ଆଇଡଲ ଗ୍ରାଣ୍ଡ ଫିନାଲେ ଶୋ।

indian-idol-12-grand-finale-

ଏହି ଶୋ ରେ ଇଣ୍ଡଷ୍ଟ୍ରିର ଅନେକ ଶ୍ରେଷ୍ଠ ଗାୟକ ମଧ୍ୟ ଫାଇନାଲ୍ ରାଉଣ୍ଡରେ ଯୋଗଦେବେ । ଏହି ଶୋ’ରେ ଆଙ୍କର କରୁଥିବା ଆଦିତ୍ୟ ନାରାୟଣ ମଧ୍ୟ ଅନେକ ଚର୍ଚ୍ଚାରେ ଅଛନ୍ତି। ଏହା ସହିତ ଜୟ ଭାନୁଶାଲି ମଧ୍ୟ ଆଦିତ୍ୟଙ୍କୁ ଫାଇନାଲ୍ ରାଉଣ୍ଡରେ ସହ-ଆଙ୍କର୍ ଭାବରେ ଯୋଗଦେବେ | ସ୍ୱାଧୀନତା ଦିବସ ଅବସରରେ ଫାଇନାଲରେ ଆଜିର ଏହି ଶୋ ରେ ଭାରତୀୟ ସୈନିକ ମାନଙ୍କର ଅବଦାନକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଦିଆଯିବ । ଆଜିର ଏହି ଗ୍ରାଣ୍ଡ୍‌ ଶୋ’ରେ ପୂର୍ବତନ ଇଣ୍ଡିଆନ୍‌ ଆଇଡଲ ବିଜେତା , ଅଲକା ୟାଗ୍ନିକ୍‌ , ଉଦିତ୍‌ ନାରାୟଣ , କୁମାର ସାନୁ , ସାଧନା ସରଗମ୍‌ଙ୍କ ସମେତ ଅନେକ ବଡ଼ ବଡ଼ ସିଙ୍ଗରମାନେ ଏହି ଏପିସୋଡ୍‌ରେ ଯୋଗ ଦେବେ । ଏହା ବ୍ୟତୀତ ଶୋ’ ର ପୁରୁଣା ପ୍ରତିଯୋଗୀମାନେ ମଧ୍ୟ ପରଫର୍ମ କରିବା ନଜର ଆସିବେ । ଆଜି ଏହା ବହୁତ ଗ୍ରାଣ୍ଡ ହେବାକୁ ଯାଉଛି ।

 

indian idol
image courtesy : the indian express

ଅନ୍ୟପଟେ ଫାଇନାଲ୍ ପ୍ରସ୍ତୁତି ବିଷୟରେ ହିମେଶ କହିଛନ୍ତି, ଇଣ୍ଡିଆନ୍ ଆଇଡଲ୍ ସିଜିନ ୧୨ର ଏହି ୧୨ ଘଣ୍ଟାର ପ୍ରତ୍ୟେକ ମୁହୂର୍ତ୍ତ ମହାନ ଏବଂ ଚିତ୍ତାକର୍ଷକ ହେବ । ସେ ଏହା ମଧ୍ୟ କହିଛନ୍ତି ଏହା ଫାଇନାଲ ଏପିସୋଡ୍‌ ନୁହେଁ ବରଂ ଏହା ମ୍ୟୁଜିକ ସେଲିବ୍ରେସନ କରିବାର ଏକ ନୂଆ ଉପାୟ । ଜଣେ ବିଚରା ପତି ଭାବରେ ଏହି ଶୋ ରେ ମୋର ଯାତ୍ରା ବହୁତ ସୁନ୍ଦର ହୋଇଛି ବୋଲି ହିମେଶ କହିଛନ୍ତି । ଏହି ସିଜିନରେ ସମସ୍ତ ପ୍ରତିଯୋଗୀଙ୍କ ସ୍ତର ଏକରୁ ଅଧିକ ରହିବ | ବାସ୍ତବରେ ଏଥି ମଧ୍ୟରୁ ଗୋଟିଏ ପ୍ରତିଯୋଗିତା ବାଛିବ ଏକ ଆମ ପାଇଁ ଏକ ଚ୍ୟାଲେଞ୍ଜ ହେବ , ଆଉ ମୁଁ ଉତ୍ସାହର ସହିତ ଏହି ଇଣ୍ଡିଆନ୍‌ ଆଇଡଲ ୧୨ ବିଜେତାଙ୍କୁ ଅପେକ୍ଷା କରିଛି । ଏହି ଶୋ କୁ ଦେଖୁଥିବା ଦର୍ଶକ ମାନେ ଉତ୍ସାହ ସହିତ ଅପେକ୍ଷା କରିଛନ୍ତି ଯେ ୬ ପ୍ରତିଯୋଗୀତାଙ୍କ ମଧ୍ୟରୁ କିଏ ହେବ ଇଣ୍ଡିଆନ୍‌ ଆଇଡଲ ୧୨ର ବେଜେତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.