ସ୍ପାଇଡର ଓମେନ୍‌ ଓ ସୁପରଓମେନ୍‌ ହୋଇ Bigg Boss OTT ପହଞ୍ଚିଲେ ରାଖୀ ସାଓ୍ଵନ୍ତ, ଆଉ କହିଲେ ଏମିତି କଥା

ରାଖୀ ସାଓ୍ଵନ୍ତ ବିଗ୍‌ ବସ୍‌ ଓଟିଟି ପାଇଁ ଏକଦମ୍‌ ଫିଟ୍‌ ଅଛନ୍ତି। କାହିଁକିନା, ସେ ଓଭର ଦ ଟପ୍‌ ସବୁ ସମୟରେ ରହିଛନ୍ତି। ଅଗଷ୍ଟ ୧୭ରେ ଅଭିନେତ୍ରୀ ବିଗ୍‌ ବସ୍‌କୁ ଅଭିଯୋଗ କରୁଥିବାର ଦେଖାଯାଇଥିଲା। ରାଖୀ କହିଥିଲେ କି, ସିଦ୍ଧାର୍ଥ ଶୁକ୍ଳା ଓ ଶହନାଜ ଗିଲ୍‌ଙ୍କୁ ଶୋ’ରେ ଆମନ୍ତ୍ରିତ କରାଯାଇଥିଲା। କିନ୍ତୁ ସେ ନ ଥିଲେ। ଯଦିଓ ଭିଡିଓ ଅପ୍‌ଲୋଡ୍‌ କରିବାର ମାତ୍ର କିଛି ହିଁ ଘଣ୍ଟା ପରେ ରାଖୀଙ୍କୁ ବିଗ୍‌ ବସ୍‌ ଓଟିଟି ସେଟ୍‌ରେ ସ୍ପାଇଡର ମ୍ୟାନ୍‌ ସୁଟ୍‌ରେ ଦେଖାଯାଇଥିଲା।

ଫଟୋରେ ରାଖୀଙ୍କୁ ଟ୍ରଲି ବ୍ୟାଗ୍‌ ସହିତ ଦେଖିବାକୁ ମିଳିଛି। ଏଥିରୁ ଜଣାପଡ଼ୁଛି କି, ସେ କିଛିଦିନ ପାଇଁ ବିବି ଓଟିଟି ହାଉସ୍‌ ଭିତରେ ରହିପାରନ୍ତି। ବିବି ଓଟିଟି ନିର୍ମାତାଙ୍କ ପାଇଁ ଏକ ବିଶେଷ ମେସେଜ ସହିତ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ରାଖୀ କହିଛନ୍ତି କି, ଘରେ ତାଙ୍କର ନ ରହିବା ଠିକ୍‌ ହେବନାହିଁ ଏବଂ ଶୋ’କୁ ତାଙ୍କର ଆବଶ୍ୟକ ରହିଛି।

ବିଗ୍‌ ବସ୍‌ ଓଟିଟିର ପ୍ରିମିୟର ଭୁଟ୍‌ ଆପ୍‌ରେ ୮ ଅଗଷ୍ଟରେ ହୋଇଥିଲା। ଡିଜିଟାଲ ସଂସ୍କରଣ ୬ ସପ୍ତାହ ପର୍ଯ୍ୟନ୍ତ ଷ୍ଟ୍ରିମ୍‌ ହେବ, ଯାହାକୁ କରଣ ଜୋହର ହୋଷ୍ଟ କରୁଛନ୍ତି। ଯେବେ ଏହି ଶୋ’ ଟିଭିରେ ଆସିବ, ସେବେ ସଲମାନ ଖାନ ଏହାକୁ ବିଗ୍‌ ବସ୍‌ ୧୫ ରୂପରେ ହୋଷ୍ଟ କରିବେ। ଶୀର୍ଷ କଳାକାରଙ୍କୁ ସଲମାନଙ୍କ ଶୋ’କୁ ଆସିବାର ମଉକା ମିଳିବ।

 

 

Leave A Reply

Your email address will not be published.