ବରଗଡ଼(କେନ୍ଯୁଜ୍): ବରଗଡ଼-କୁମ୍ଭାରୀ ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଥିବା ଜଣାପଡିଛି ।
ବରପାଲି ବ୍ଲକ କୁମ୍ଭାରୀ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଗୌର ଚନ୍ଦ୍ର ବୁଧିଆଙ୍କ ବାସଭବନ ସମେତ ଅଫିସରେ ଏକ କାଳୀନ ଭିଜିଲାନ୍ସ ବିଭାଗର ପକ୍ଷରୁ ଚଢ଼ାଉ ଜାରି ରହିଥିବା ପ୍ରାଥମିକ ସୂଚନା ମିଳିଛି ।