ସୋନୁ ସୁଦ ମଲ୍ ଭିତରେ ଦେଖାଇଲେ ଏମିତି ଷ୍ଟଣ୍ଟ୍, କିନ୍ତୁ ଫ୍ୟାନ୍ଙ୍କୁ ଘରେ ନ କରିବାକୁ କଲେ ଅପିଲ
ବଲିଉଡ୍ ଆକ୍ଟର ସୋନୁ ସୁଦ ନା କେବଳ ପରଦାରେ ଜବରଦସ୍ତ ଆକ୍ସନ କରୁଥିବାର ନଜର ଆସି ଥାଆନ୍ତି ତା’ ନୁହେଁ, ବରଂ ରିୟଲ ଲାଇଫ୍ରେ ମଧ୍ୟ ସେ ବହୁତ ଫିଟ୍ ଏବଂ ଆକ୍ଟିଭ ଥାଆନ୍ତି। ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଏକ ମଲ୍ ଭିତରେ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବାର ନଜର ଆସୁଛନ୍ତି।
ସୋନୁ ସୁଦ ଏସ୍କଲେଟରର ଦୁଇ ପାର୍ଶ୍ୱ ସିଡି ଉପରେ ନିଜ ହାତ ରଖି ପୂରା ଶରୀରର େଓ୍ଵଟ୍କୁ ଉପରକୁ ଉଠାଇ ରଖିଛନ୍ତି। ଭିଡିଓରେ ସ୍ପଷ୍ଟ ଦେଖାଯାଇ ପାରିବ କି, ତାଙ୍କ ହାତ ଥରୁଛି। ତଥାପି ସେ ନିଜକୁ ଉପରକୁ ଉଠାଇ ରଖି ହୁସିଆର ଅବସ୍ଥାରେ ରହିଛନ୍ତି। ଅଭିନେତା ଜଣକ ଏହି ଭିଡିଓକୁ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି, ଯାହାକୁ ଦେଖି ତାଙ୍କ ଫ୍ୟାନମାନେ ଏକଦମ୍ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ସେପଟେ ଭିଡିଓ ସେୟାର କରି ସୋନୁ ଫ୍ୟାନମାନଙ୍କୁ ଅପିଲ କରିଛନ୍ତି କି, ଘରେ ଏହାକୁ ଟ୍ରାଏ କରନ୍ତୁ ନାହିଁ। ଭିଡିଓର କ୍ୟାପସନ ଲେଖିଛନ୍ତି, ‘ଯଦି ମୁଁ ଉଡ଼ିପାରୁ ଥାଆନ୍ତି, ତ…। ଆପଣ ଏହାକୁ ଘରେ କରିବାକୁ ଚେଷ୍ଟା କରନ୍ତୁ ନାହିଁ’। ତେବେ ସୋନୁଙ୍କର ଏହି ଭିଡିଓକୁ ୨ ଘଣ୍ଟା ଭିତରେ ୨୦ ଲକ୍ଷ ଲୋକ ଦେଖି ସାରିଥିବା ବେଳେ ତାଙ୍କର ସ୍ପୋର୍ଟି ଅନ୍ଦାଜକୁ ପ୍ରଶଂସା କରୁଛନ୍ତି।
View this post on Instagram