ନୁସରତ ଜହାଁ ପୁଅର ନାଁ କଲେ ଖୁଲାସା, ସୋସିଆଲ ମିଡିଆରେ ଉଠୁଛି ପ୍ରଶ୍ନ; ଲୋକେ କହିଲେ, ‘ଏହି ଅଭିନେତା ନୁହଁନ୍ତି ତ ଶିଶୁର ବାପା’!

ବଙ୍ଗଳା ଫିଲ୍ମର ସୁପରହିଟ୍‌ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁ, ସ୍ୱାମୀ ନିଖିଲ ଜୈନଙ୍କଠାରୁ ଅଲଗା ହେବା ପରେ ଚର୍ଚ୍ଚାରେ ଅଛନ୍ତି। କିଛିଦିନ ହେବ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଏବେ ତାଙ୍କ ପୁଅର ନାଁକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି। ନିକଟରେ ନୁସରତ ନିଜ ପୁଅର ନାଁ ଖୁଲାସା କରିଥିବା ବେଳେ ନବଜାତକର ନାଁ ‘ଇଶାନ’ ରଖିଛନ୍ତି।

ସମସ୍ତେ ଜାଣନ୍ତି କି, ଗତ ଗୁରୁବାର ନୁସରତ ଜହାଁ ପାର୍କ ଷ୍ଟ୍ରୀଟ୍‌ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ନୁସରତଙ୍କର ସ୍ୱାମୀ ନିଖିଲ ଜୈନଙ୍କ ସହ ବିବାଦ ପରେ ନିଖିଲ ଖୁଲାସା କରିଥିଲେ ଯେ ସେ ଏହି ପିଲାର ବାପା ନୁହଁନ୍ତି। ଏବେ ଶିଶୁର ଜନ୍ମ ପରେ ତା’ର ନାଁକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ଶିଶୁପୁତ୍ରର ନାଁ ‘ଇଶାନ’ ବୋଲି ଖୁଲାସା କରି ନୁସରତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। କହି ରଖୁଛୁ, ଶିଶୁର ନାଁ ଏଥିପାଇଁ ଚର୍ଚ୍ଚାରେ ଅଛି, କାହିଁକିନା, ଏହି ନାଁ ଫିଲ୍ମ ଆକ୍ଟର ୟଶ୍‌ ଦାସଗୁପ୍ତାଙ୍କ ନାଁ ସହିତ ମେଳ ଖାଉଛି। ଏଥିପାଇଁ ଲୋକେ ପ୍ରଶ୍ନ ଉଠାଇଛନ୍ତି କି, ଆକ୍ଟର ୟଶ ଦାସଗୁପ୍ତା କ’ଣ ଏହି ଶିଶୁର ବାପା?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.